Wednesday, 14 December 2016

କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ବ୍ରହ୍ମପୁର ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା

ସରକାରଙ୍କ ବିମୁଦ୍ରୀକରଣ ଯୋଗୁଁ ବଜାରରେ ଖୁଚୁରା ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା। ଆଉ ଏଭଳି ସ୍ଥଳେ ଦେଶବାସୀଙ୍କୁ ବିଭିନ୍ନ ସ୍ଥାନରେ କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ଆହ୍ୱାନ କରାଯାଇଛି ।  ତେଣୁ ବ୍ରହ୍ମପୁରର ବିଭିନ୍ନ ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା। ସହରର ମୁଖ୍ୟ ପରିବା ବଜାରଠାରୁ ଆରମ୍ଭ କରି ଔଷଧ ଦୋକାନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନ୍ୟପଟେ ଏହାଦ୍ୱାରା ଜନସାଧାରଣ ଅନେକ ସୁବିଧା ପାଇଥିବା କହିଛନ୍ତି।...
ସରକାରଙ୍କ ବିମୁଦ୍ରୀକରଣ ପରେ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବଜାରରେ ଖୁଚୁରା ସମସ୍ୟା। ତେଣୁ କ୍ୟାସଲେସ୍ ଟ୍ରାଞ୍ଜକସନ୍ ପାଇଁ ଆହ୍ୱାନ କରାଯାଇଛି। ତେଣୁ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ଟ୍ରେନ ଟିକେଟ ପର୍ଯ୍ୟନ୍ତ ବୁକିଙ୍ଗ୍ କଲେ ରିହାତି ବ୍ୟବସ୍ଥା ବି ଘୋଷଣା ହୋଇଛି। ଆଉ ସରକାରଙ୍କ ଏହି ଆହ୍ୱାନ ପରେ ବ୍ରହ୍ମପୁରରେ ପ୍ରମୁଖ ସ୍ଥାନରେ ଆରମ୍ଭ ହୋଇଯାଇଛି ପେଟିଏମ୍ ବ୍ୟବସ୍ଥା । ବଡବଜାରରେ ରହିଥିବା ପ୍ରମୁଖ ପରିବା ବଜାରରେ ଖୁଚୁରା ସମସ୍ୟାକୁ ଦୂର କରିବା ପାଇଁ ବ୍ୟବସାୟୀ ପେଟିଏମ୍ ବ୍ୟବସ୍ଥା ଲାଗୁ କରିଛନ୍ତି।
 କେତେକ ଔଷଧ ଦୋକାନୀରେ ମଧ୍ୟ ଆରମ୍ଭ ହୋଇଛି ପେଟିମ୍ ବ୍ୟବସ୍ଥା। ଏହାଦ୍ବାରା  ଖୁଚୁରା ସମସ୍ୟାର ସମାଧାନ ହେଉଛି। ଏହି ନୂତନ ବ୍ୟବସ୍ଥା ଉପରେ ଲୋକଙ୍କ ବିଶେଷ ଧାରଣା ନାହିଁ । ତେଣୁ କେତେକ ବ୍ୟବସାୟୀ ସୀମିତ ସମୟ ମଧ୍ୟରେ ପେଟିଏମ୍ ଉପରେ ଶିକ୍ଷା ପ୍ରଦାନ କରି କ୍ୟାସଲେସ ଟ୍ରାଞ୍ଜକସନ୍ କରିପାରୁଛନ୍ତି। 

Monday, 28 November 2016

ଭୁବନେଶ୍ୱର ପଥ ଉତ୍ସବ

ରାହିଗିରି ଗଲା। ଆଉ ଆସିଯାଇଛି ଭୁବନେଶ୍ୱର ପଥ ଉତ୍ସବ। ଜନପଥରେ ନୂଆ ନାଁ ଆଉ ନୂଆ ରୂପରେ ଆସିଥିବା ଏହି ଉତ୍ସବର ମଜା ନେଇଛନ୍ତି ସହରିଆ । ଆଉ ପୂର୍ବ ଟ୍ୟାଗଲାଇନ ପରିବର୍ତ୍ତନ ହୋଇ ଏବେ ହୋଇଛି ଆମ ସହର ଆମ ରାସ୍ତା । ପ୍ରତି ରବିବାର ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ  ହେବେ ଏହି ଉତ୍ସବ।...
ନାଁ ନୂଆ, ଫର୍ମାଟ ପୁରୁଣା। ରବିବାର ଶୀତୁଆ ସକାଳରେ ରାଜଧାନୀର ଜନପଥରେ ପାଳିତ ହୋଇଛି ପଥ ଉତ୍ସବ। ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ଜମିଥିଲା ପଥୋତ୍ସବ । ରାସ୍ତାର ଗୋଟିଏ ପାର୍ଶ୍ୱରେ ନାଚ ଗୀତର ଧୁମ ସାଙ୍ଗକୁ ସହରିଆଙ୍କ ଭିଡ ଏବଂ ଆଉ ଗୋଟିଏ ପାର୍ଶ୍ୱରେ ସାଇକେଲ ଚଳାଇବା, ସ୍କେଟିଂ କରିବା ସହ ଖାଲି ପାଦରେ ଚାଲୁଥିଲେ ସହରିଆ। ଯୁବ ପିଢୀଙ୍କ ସାଇକେଲ ଷ୍ଟଣ୍ଟ ବିଶେଷ ଆକର୍ଷଣ ଥିଲା । ଆଉ ନୂଆ ରୂପରେ ଆସିଥିବା ଏହି ପଥ ଉତ୍ସବରେ କଣ୍ଢେଇ ନାଚ, କୁନି କୁନି ପିଲାଙ୍କ ନାଚକୁଦ ବେଶ ନିଆରା ଥିଲା ।  ତାହା ସହ ସ୍ୱଚ୍ଛ ଭାରତ ବାର୍ତ୍ତା, ରକ୍ତଦାନ ଓ ମଦମୁକ୍ତ ଓଡିଶାର ସଚେତନା ବାର୍ତ୍ତା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ।
ଥତ୍ସୋବର ଶୁଭାରମ୍ଭ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶନ୍ନ ପାଟ୍ଟଣାଣୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା। ରାହାଗିରି ଅପେକ୍ଷା ଏହି ନୂଆ ନାଁ ପାଇଥିବା ଭୁବନେଶ୍ୱର ପଥ ଉତ୍ସବରେ ଅଧିକ ସଂଖ୍ୟାର ସହରିଆ ଯୋଡି ହେବେ ବୋଲି ଆଶା କରିଛି ବିଏମସି ।

Thursday, 10 November 2016

ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ"

କଳିଯୁଗରେ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ବିବାହ କାହାଣୀ କିପରି ରହିବ ଏପରି ଏକ କାଳ୍ପନିକ ଚିତ୍ରକୁ ନେଇ ନିର୍ମିତ ହେଉଛି ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ " . ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଏହି ଦ୍ୱିଭାଷିକ ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ସବ୍ୟସାଚୀ . ଏସଭି ଆର୍ଟସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ସୁଟିଂ ଯୋରସୋରରେ ଚାଲିଛି .
ଦ୍ୱିଭାଷୀ ଚଳଚିତ୍ର "ସୀତା ରାମଙ୍କ ବାହାଘର କଳିଯୁଗରେ" ରେ ନଜର ଆସିବେ ପ୍ରଖ୍ୟାତ ଅଭିନେତା ସୁମନ ତଲୱାର .  ସୁମନ ୩୦୦ରୁ ଅଧିକ ତେଲଗୁ, ହିନ୍ଦି, କନ୍ନଡ ଭାଷାର ଫିଲ୍ମରେ ଅଭିନୟ କରିଛନ୍ତି . ଏହି ଫିଲ୍ମ ଓଡିଆ ଏବଂ ତେଲଗୁ ଭାଷାରେ ପରଦାକୁ ଆସିବ . ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପରିସରରେ ଏହାର ଟାଇଟେଲ ରିଲିଜ୍ ହୋଇଯାଇଛି . ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଥିବାବେଳେ ତାଙ୍କ ଅପୋଜିଟ୍ ରେ  ବଙ୍ଗୀୟ ଅଭିନେତ୍ରୀ ମନୀସା ଅଛନ୍ତି . ଏହା ଏକ ପାରିବାରିକ ଚଳଚିତ୍ର ହୋଇଥିବା ବେଳେ ଓଡିଶା ଆସି ସୁମନ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି .
 ସେପଟେ ଏହି ଫିଲ୍ମରେ ଓଡିଆ କଳାକାର ଭାବେ ବିଜୟ ମହାନ୍ତି, ପପୁ ପମପମ, ଅନୀତା ଦାସ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି . ପିଲ୍ମଟିରେ ଉଭୟ ଓଡିଆ ଏବଂ ତେଲଗୁ କଳାକାର ମାନେ ଅଭିନୟ କରିଛନ୍ତି . ଜିଏନଏସ ପ୍ରସାଦ ନିର୍ଦ୍ଦେଶନାରେ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ଇ ସେସାଗିରି ଏବଂ ଏମ ପିଚି ରେଡ୍ଡୀ . ଓଡିଆ ଭାଷାରେ ନିର୍ମିତ ହେଉଥିବାରୁ ସଂଳାପ ରେ ଅଛନ୍ତି ଡକ୍ଟର ରଜନୀ ରଞ୍ଜନ . ପ୍ରଯୋଜନା ସଂସ୍ଥା ଏହି ପିଲ୍ମଟିକୁ ନେଇ ବେଶ୍ ଆଶା ବାଦୀ ଅଛନ୍ତି . ପ୍ରଥମ ଥର ପାଇଁ ଏଭଳି ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସବ୍ୟ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି .
ତେବେ ଏହା ସୁମନଙ୍କ ପାଇଁ ପ୍ରଥମ ଓଡିଆ ଫିଲ୍ମ . ଏହା ପୂର୍ବରୁ ସେ ହିନ୍ଦୀ ଫିଲ୍ମ ଗବର ଇଜ୍ ବ୍ୟାକ ଏବଂ ଶିବାଜୀ ଦ ବୋସ୍ ରେ ପରଦାକୁ ଆସିଥିଲେ

Wednesday, 9 November 2016

ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ

ରଜଧାନୀ ଭୁବନେଶ୍ୱରରେ ଆଉ ୧ ସିନେମାର ମୁକ୍ତିଲାଭ କରିବାକୁ ଯାଉଛି.ଏକାଥରକେ ୫୦ଟି ସିନେମା ହଲରେ ଏହି ସିନେମା ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ.ନୁତନ ହିରୋ,ହିରୋଇନ ସହ ବହୁ ପୁରୁଣା କଳାକାରଙ୍କୁ ନେଇ ଏହି ସିନେମାଟି ଚିତ୍ରିତ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶାବାନ୍ଧିଛନ୍ତି ପ୍ରଜୋଜକ.
ବେବେଲିନା ପ୍ରଡକ୍ସନର ପ୍ରଥମ ଅବଦାନ ଦେଲେ ଧରା କଥା ସରେ ର ମୁକ୍ତିଲାଭ  ଚଳିତ ନଭେମ୍ୱର ୧୧ ତାରିଖରେ,ଓଡିଶାର ୫୦ଟି ପ୍ରେକ୍ଷାଳୟରେ ହେବ.ଚଳଚିତ୍ରର ପ୍ରଯୋଜକ ପଂକଜ ରାଉତ ଏକ ସମ୍ୱାଦିକ ସମ୍ମୀଳନୀରେ ଏହି ସୁଚନା ଦେଇଛନ୍ତି.ଚଳଚିତ୍ରଟି ଭଲ ଗୀତସାଙ୍ଗକୁ ପାରିବାରିକ କାହାଣୀ ହୋଇଥିବାରୁ ଏହା ବେଶ ଲୋକାଦୃତ ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ପ୍ରୋଯୋଜକ.ଏହି ଫିଲମ୍ ର ହିରୋ ,ହିରୋଇନ ଦୁଇଜଣ ନବାଗତ କିନ୍ତୁ କାହାଣୀ ସହ ନିଜର ସମସ୍ତ ପ୍ରକାରର ଅଭିନୟ ଦକ୍ଷତାକୁ ଏଥିରେ ପ୍ରତିପାଦିତ କରିଥିବାରୁ ,ଦର୍ଶକ ବେଶ ମନୋରଂଜନ କରିବେ ବୋଲି ଆଶା ବାନ୍ଧିଛନ୍ତି ଉଭୟ.ଆଉ ପ୍ରଥମକରି ସୁଯୋଗ ଦେଇଥିବାରୁ ପ୍ରଯୋଜକଙ୍କୁ ଧନ୍ୟବାଦ ଦେବାସହ ଦର୍ଶକଙ୍କୁ ପିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଛନ୍ତି.
ଏହି ଚଳଚିତ୍ରରେ ଦୀର୍ଘ ୪ବର୍ଷ ପରେ ଖଳନାୟକ ଭୁମିକାରେ ଆସିଛନ୍ତି ବବି ମିଶ୍ର.ଆଉ ଓଡିଆ ଚଳଚିତ୍ର ଜଗତର ଖାତନାମା ଅଭିନେତ୍ରୀ ମହେଶ୍ୱତା ମଧ୍ୟ ଅଭିନୟ କରିଛନ୍ତି.ଏହାସହ ଓଡିଆ ଚଳଚିତ୍ରର ମୌଳିକତାକୁ ଏଥିରେ ଗୁରୁତ୍ୱ ଦିଆଯିବାସହ ସଂପୁର୍ଣ୍ଣ ଭାବରେ ଏକ ପାରିବାରିକ ଚଳଚିତ୍ର ହୋଇଥିବା ପ୍ରକାଶ କରିଛନ୍ତି ବବି ମିଶ୍ର.ଏହାସହ ସୁନାମଧନ୍ୟ ନିର୍ଦ୍ଧେଶକ ଶୈଳେନ୍ଦ୍ର ମିଶ୍ର ଏହାର ନିର୍ଦ୍ଧେଶନା ଦେଇଥିବାରୁ ବେଶ ରୋଚକ ହୋଇଥିବା କହିଛନ୍ତି ପ୍ରଯୋଜକ.
ଆସନ୍ତା ନଭେମ୍ୱର ୧୧ ରେ ଏହି ସିନେମା ମୁକ୍ତିଲାଭ କରୁଥିବା ବେଳେ ଏହା ଏକ ସଫଳ ସିନେମା ହେବ ବୋଲି ଆଶା ବାନ୍ଧିଛନ୍ତି ପ୍ରଯୋଜକ.

ଟିନଏଜ ଲଭଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଚଳଚ୍ଚିତ୍ର କଥାଦେଲି ମଥା ଛୁଇଁ

ଟିନଏଜ ଲଭଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଚଳଚ୍ଚିତ୍ର କଥାଦେଲି ମଥା ଛୁଇଁ.ଆଜି ଚଳଚ୍ଚିତ୍ରର ଶୁଭମୁହୁରତ  ଭୁବନେଶ୍ୱର ଝାରପଡା ଦୁର୍ଗାମନ୍ଦୀର ପରିସରରେ  ଅନୁଷ୍ଠିତ ହୋଇଯାଇଛି.ନ୍ୟୁକମର ପ୍ରଯୋଜକ ଏବଂ ଅଭିନେତାଙ୍କ ସହ ଫିଲ୍ମରେ ରହିଛି ଷ୍ଟ୍ରଙ୍ଗ ଷ୍ଟାରକାଷ୍ଟ. ନୂଆବର୍ଷରେ ଫିଲ୍ମଟି ପରଦାରେ ଓହ୍ଲାଇବ ବୋଲି ଟାର୍ଗେଟ ରହିଛି.
ଅର୍ଥ ବଦଳରେ ଭଲପାଇବା ମିଳେ ? ନା ଭଲପାଇବା ବଦଳରେ ଅର୍ଥ ମିଳେ? ତାହାର ନିରୁତ୍ତର. ତେବେ ଏମିତି ଏକ ପ୍ରଶ୍ନ ନେଇ ତିଆରି ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର କଥା ଦେଲି ମଥା ଛୁଇଁ. ଟିଏନଏଜ ଲଭଷ୍ଟୋରିକୁ ନେଇ ତିଆରି ହେଉଥିବା ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବାକୁ ପାଇଁବେ ଏକ ଭିନ୍ନ ସ୍ୱାଦର ଲଭଷ୍ଟୋରୀ. ଶ୍ରୀଧର ମାର୍ଥା ନିବେଦିତ ଏହି ଟିନଏଜ ଲଭଷ୍ଟୋରୀର ଶୂଭ ମୁହୁରତ ଆଜି ଭୁବନେଶ୍ୱର ଝାରପଡା ଦୁର୍ଗାମନ୍ଦୀର ପରିସରରେ  କରାଯାଇଛି.ଫିଲ୍ମର କଳାକାର, ପ୍ରଯୋଜକ,ନିର୍ଦ୍ଦେଶକ,ସଙ୍ଗିତକାରଙ୍କ ଉପସ୍ଥିତିରେ ଫିଲ୍ମଟିର ମୁହୁରତ ଅନୁଷ୍ଠିତ ହୋଇଛି.
ଚଳଚ୍ଚିତ୍ରଟିରେ ବିଜୟ ମହାନ୍ତି,ମିହିର ଦାସ,ରିଆ ପପୁପମପମ ଙ୍କ ଭଳି ଷ୍ଟାର କାଷ୍ଟ ରହିଥିବା ବେଳେ ଅଭିନେତା ଭାବେ ଲିଡରେ ଆସୁଛନ୍ତି ଦୁଇ ନବାଗତ ଅଭିଷେକ ଏବଂ ଅମନ.ଲଭଷ୍ଟୋରୀ ହୋଇଥିବାରୁ ଚଳଚ୍ଚିତ୍ରଟିରେ ମ୍ୟୁଜିକ ପ୍ରତି ମଧ୍ୟ ବେସ ଗୁରୁତ୍ତ୍ୱ ଦିଆଯାଇଛି.ଏଥି ସହିତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦଶନାରେ ଏଥିରେ ରହିଛି ୬ଟି ସୁମଧୁର ଗୀତ.
ନ୍ୟୁ-ୟରରେ ଏହି ଚଳଚ୍ଚିତ୍ର ଟି ପରଦାକୁ ଓହ୍ଲାଇବାର ଯୋଜନା ରହିଛି.ଭିନ୍ନ ସ୍ୱାଦରେ କାହାଣୀକୁ ନେଇ ତିଆରି ହେଉଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକ ବେସ ଆଦୃତ କରିବେ ବୋଲି ସମସ୍ତେ ଆଶାବାଦୀ.

Friday, 28 October 2016

ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି || ଧନ ତ୍ରୟୋଦଶୀ ବା ଧନ ତେରସ

ଆଜି ‘ଧନ ତ୍ରୟୋଦଶୀ’ ବା ‘ଧନ ତେରସ’. ସେଥିପାଇଁ ସୁନା ଗହଣା ଦୋକାନରେ ନାହିଁ ନଥିବା ଭିଡ.  ସୁନା ରୁପାର ଦରକୁ ଖାତିର ନକରି ଗ୍ରାହକମାନେ ନିଜ ମନପସନ୍ଦର ସୁନା ଗହଣା କିଣି ନେଉଛନ୍ତି. ଏହି ଦିନ ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଆଉ ପରିବାରରେ ସୁଖଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି. ସେଥିପାଇଁ ସମସ୍ତେ ବର୍ଷକରେ ଥରେ ହେଉପଛେ ଏହିଦିନ ସୁନା ଗହଣା କିଣିଥାନ୍ତି. ସେପଟେ ଗ୍ରାହକଙ୍କ ଆବଶ୍ୟକତାକୁ ଲକ୍ଷରଖି ସୁନାଗହଣା ବ୍ୟବସାୟୀମାନେ ବିଭିନ୍ନ ଭେରାଇଟିର ଗହଣା ସହ ଅଫରମାନ ରଖିଛନ୍ତି.
ଦେବ-ଚିକିତ୍ସକ ତଥା ଆୟୁର୍ବେଦର ସ୍ରଷ୍ଟା ଧନ୍ଵନ୍ତରିଙ୍କୁ ଆଜିର ଦିନରେ ପୂଜା କରାଯାଏ. ପୁଣି, ସାଗର ମନ୍ଥନ ବେଳେ ଏହି ଦିନରେ ଲକ୍ଷ୍ମୀଙ୍କ ଆବିର୍ଭାବ ଘଟିଥିବାରୁ, ତାଙ୍କ ସହ କୁବେରଙ୍କୁ ମଧ୍ୟ ପୂଜା କରାଯାଏ. ଧନ ତେରସରେ ଲୋକେ ସୁନା ଗହଣା କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି. ଏହାକୁ ନେଇ ଏକ କିଂବଦନ୍ତି ରହିଛି। ଜଣେ ରାଜପୁତ୍ରଙ୍କ ଜନ୍ମ ଜାତକ ଅନୁଯାୟୀ, ଚଉଠି ରାତିରେ ସାପ କାମୁଡ଼ାରେ, ତାଙ୍କର ମୃତ୍ୟୁ ଘଟିବ ବୋଲି ଜ୍ୟୋତିଷୀ ଭବିଷ୍ୟଦ୍‌ବାଣୀ କରିଥିଲେ। ଆଉ ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ବଦ୍ଧ-ପରିକର ଥିଲେ ନବ-ବିବାହିତା ପତ୍ନୀ। ରାଜ-ବଧୂ ଚଉଠି ରାତିରେ ପତିଙ୍କୁ ଶୁଆଇଦେଇ ନ ଥିଲେ। ଶୟନ କକ୍ଷରେ ବହୁ ପରିମାଣର ସୁନା-ରୁପା ଓ ବିଭିନ୍ନ ଦୁର୍ମୂଲ୍ୟ ପ୍ରସ୍ତର ଗଦାକରିବା ସହ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିଥିଲେ। ପରିଣାମସ୍ୱରୂପ ଦଂଶନ କରିବାକୁ ଥିବା ସାପ କିଛି ଦେଖିପାରି ନ ଥିଲା। ସକାଳ ହୁଅନ୍ତେ ସେ ଫେରିଯାଇଥିଲା। ଆଉ ବଞ୍ଚିଯାଇଥିଲା ରାଜପୁତ୍ରଙ୍କ ଜୀବନ। ତେବେ ଘରର ମଙ୍ଗଳ ସହ ପରିବାରରେ ଶାନ୍ତି ପାଇଁ ଏହି ଦିନ ଗ୍ରାହକମାନେ ଘରକୁ ସୁନା ଗହଣା କିଣି ନେଇଛନ୍ତି.
ଚଳିତ ବର୍ଷ  ବିଭିନ୍ନ ଭେରାଇଟିର ସୁନା ଗହଣା ରଖିଛନ୍ତି ବ୍ୟବସାୟୀ. ଏହା ସହ ମେକିଂ ଚାର୍ଜ ଉପରେ ରିହାତି ସହ ଆକର୍ଷଣୀୟ ଅଫର ମାନ ରଖାଯାଇଛି. ଗ୍ରାହକଙ୍କୁ ଆକୃଷ୍ଟି କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଛନ୍ତି ବିଭିନ୍ନ ବ୍ୟବସାୟୀ. ଗ୍ରାହକଙ୍କ ପାଇଁ ସୁନ୍ଦର ସୁନ୍ଦର ସୁନାର କାନ ଫୁଲ, ଗହଣା, ଚୁଡି, ନେକଲେସ ଅଦି ରଖାଯାଇଛି. ଆଉ ସ୍ପେଶାଲ ପ୍ରାଇଜ ମଧ୍ୟ ରଖାଯାଇଛି. ଯେଉଁ ଗ୍ରାହକ ଲକି ଡ୍ରରେ ପାଇବେ ତାଙ୍କୁ ୧କେଜି ରୁପା, ଅଳଙ୍କାର, ସୁନା ମୁଦି ଆଦି ମନଲୋଭାଣିଆ ଅଫର ରଖାଯାଇଛି.
ଧନ ତେରସରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଗ୍ରାହକଙ୍କର, ସମସ୍ତେ ଘରକୁ କିଣି ନେଇଛନ୍ତି ସୁନା. ଆଉ ଏହିଦିନ ସୁନା ଅଳଙ୍କାର କିଣିଲେ ପରିବାରରେ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି.........

Sunday, 23 October 2016

DIL KA RAJA MUHURAT ଫିଲ୍ମ ଦିଲ କି ରାଜା ଶୁଭ ମହୁରତ

ଓଲିଉଡ ପରଦାରେ ଆସିବ ପୁଣି ଏକ ନୂଆ ଫିଲ୍ମ ଦିଲ କି ରାଜା. ଏହି ଫିଲ୍ମ ଦିଲ କି ରାଜା ହେଉଛି ଏକ୍ସେଲ ମୁଭିଜର ଷଷ୍ଠ ଅବଦାନ . ଆଜି ଭୁବନେଶ୍ୱର ସିଆରପି ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ଏହାର ଶୁଭ ମହୁରତ ହୋଇଯାଇଛି. ଫିଲ୍ମଟି ଏକ ପାରିବାରିକ କାହାଣୀକୁ ନେଇ ରଚନା ହୋଇଛି.  
ପରଦାକୁ ଆସିବ ନୂଆ ଚଳଚିତ୍ର ଦିଲ୍ କା ରାଜା . ଭୁବନେଶ୍ୱରର ଏକ ହନୁମାନ ମନ୍ଦିରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି . ଏହି ଚଳଚିତ୍ରରେ ୨ଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିବେ. ନବାଗତ ନାୟିକା ଦେବସ୍ମୀତାଙ୍କ ସହ ପିଙ୍କି ଓ ନାୟକ ଜ୍ୟୋତି ରଞ୍ଜନଙ୍କୁ ଦର୍ଶକ ନୂଆ ରୂପରେ ଦେଖିବାକୁ ପାଇବେ. ଏକ୍ସେଲ ମୁଭିଜର ଷଷ୍ଠ ଅବଦାର ଏହି ଚଳଚିତ୍ରଟି ସମ୍ପୂର୍ଣ୍ଣ ପାରିବାରିକ କାହାଣିକୁ ନେଇ କରାଯାଇଛି.  
ଦିଲ୍ କା ରାଜା ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀପ ପଣ୍ଡା . ଆଉ ରବିନ୍ଦ୍ର ନାଥ ପଣ୍ଡା ଏହାର ପ୍ରଯୋଜକ ହୋଇଥିବା ବେଳେ ଫିଲ୍ମୀରେ ଥିବା ୬ଟି ଗୀତକୁ ସଜେଇଛନ୍ତି ସଙ୍ଗିତ ନିର୍ଦ୍ଦେଶକ ବୈଦନାଥ ଦାଶ . ଡକ୍ଟର ରଜନୀ ରଞ୍ଜନ ଏହାର ସଂଳାପ ଦେଇଛନ୍ତି. ଏହି ଚଳଚିତ୍ରଟିରେ ବିଭିନ୍ନ ଭୂମିକାରେ ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମପମ, ପ୍ରତିଭା ପଣ୍ଡା ଭଳି ଅନେକ ଲିଡ କଳାକାର ଅଭିନୟ କରୁଛନ୍ତି . ଫିଲ୍ମଟି ଦର୍ଶକଙ୍କ ବେଶ ମନଛୁଆଁ ହେବ ବୋଲି ସଭିଏଁ ଆଶା ରଖିଛନ୍ତି .      
ଚଳଚିତ୍ରର ସୁଟିଂ ଭୁବନେଶ୍ୱର ଓ କଟକ ସମେତ ଓଡିଶା ବାହାରାରେ କରାଯିବ . ଆଗମୀ ଜାନୁଆରି ମାସରେ ପରଦାକୁ ଆସିବ ଏହି ଚଳଚିତ୍ର ଦିଲ୍ କା ରାଜା. ତେବେ ଏହା ଦର୍ଶକଙ୍କ ମନକୁ କେତେ ଛୁଇଁବ ତାକୁ ଦେଖିବାକୁ ଅପେକ୍ଷା.

Thursday, 20 October 2016

Boycotting Chinese Goods During Diwali ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ

ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ

ଦେଶ ତଥା ରାଜ୍ୟ ସାରା ଚାଇନା ସାମଗ୍ରୀ ବର୍ଜନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି . ଦୀପାବଳୀ ପର୍ବରେ ଭାରତରେ ବହୁଳ ପରିମାଣରେ ଅର୍ଥ ରୋଜଗାର କରୁଛି ଚାଇନା .ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚାଇନା ସାମଗ୍ରୀ ବର୍ଜନ ଲାଗି ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି . ହେଲେ ମାର୍କେଟରେ ବିଭିନ୍ନ ଆକର୍ଷଣୀୟ ଏଲଇଡି ଲାଇଟ , ଡିସକୋ , ସାର୍ଫି ଭଳି ଅନେକ ଚାଇନା ଲାଇଟ ବିକ୍ରି ହେଉଛି . ଯେଉଥିନେଇଁ ଭାରତ ନିର୍ମିତ ଲାଇଟର ଅଭାବ ଯୋଗୁଁ  ବ୍ୟବସାୟୀ ଏବଂ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି  ଚାଇନା ଲାଇଟ୍ . ଆସନ୍ତୁ ଦେଖିବା ଏହି ରିପୋଟ୍.ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ . ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦେଶତମାମ୍ ଲୋକଙ୍କୁ ସଚେତନତା ବାର୍ତ୍ତା ପହଞ୍ଛାଯାଉଛି . ହେଲେ ବାସ୍ତବ ସ୍ଥିତିରେ ଚାଇନା ସାମଗ୍ରୀ ବ୍ୟାନକୁ ନେଇ ଭୁବନେଶ୍ୱର ବାସୀ ଭିନ୍ନ ଭିନ୍ନ ମତ ରଖିଛନ୍ତି . ପାଖେଇ ଆସୁଥିବା ଆଲୋକର ପର୍ବ ଦୀପାବଳୀକୁ ନେଇ ଉତ୍ସାହିତ ରହିଛନ୍ତି ଲୋକେ . ଘରକୁ ଆଲୋକମାଳାରେ ସଜାଇବାକୁ ମାର୍କେଟରୁ ବିଭିନ୍ନ ଆକର୍ଷଣୀୟ ଏଲଇଡି ଲାଇଟ୍ କିଣିବା ଆରମ୍ଭ କରିଦେଲେଣି . ହେଲେ ବଜାରରେ ମାଡିବସିଛି ଚାଇନା ସାମଗ୍ରୀ . ଭଳିକି ଭଳିକି ରଙ୍ଗର ଏଲଇଡି ଲାଇଟ୍ , ଟ୍ରି ଡେକୋରେଟ୍ , ସାର୍ଫି , ଡିସକୋ ଲାଇଟ୍ , ଡ୍ୟାନ୍ସିଂ ଫ୍ଲାଓ୍ୱାର୍ ଲାଇଟ୍ ବିକ୍ରି ହେଉଛି .  ମାର୍କେଟରେ ମେଡ୍ ଇନ୍ ଇଣ୍ଡିଆ ଲାଇଟର ଅଭାବ ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ .
ହେଲେ ଦେଶରେ ଲାଗିରହିଥିବା ଆତଙ୍କବାଦୀଙ୍କ ସମର୍ଥନରେ ଚାଇନା ହସ୍ତକ୍ଷେପକୁ କରୁଥିବାରୁ ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ନିଷ୍ପତି ମଧ୍ୟ ନେଉଥିବା କିଛି ବ୍ୟବସାୟୀ କହୁଛନ୍ତି . ବ୍ୟବସାୟୀମାନେ ଚାଇନା ଲାଇଟ୍ ବିକ୍ରିକରିବାକୁ ପସନ୍ଦ କରୁନଥିବାବେଳେ ବିକଳ୍ପ ନଥିବାରୁ ଏହା କରିବାକୁ ବାଧ୍ୟ ହେଉଛନ୍ତି .

Friday, 14 October 2016

LAXMI PUJA ମା ଗଜଲକ୍ଷ୍ମୀଙ୍କ ପୂଜା

ରାତି ପାହିଲେ ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା. ଜଗତଜନନୀ ମା ଦୁର୍ଗାଙ୍କ ମେଲାଣି ପରେ ପୁଣି ଧରାବତରଣ କରିବେ ମା ଲକ୍ଷ୍ମୀ . ସେଥିପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି . କେଉଁଠି ତ୍ୱରଣ କାମ ଚାଲିଛି ତ ଆଉ କେଉଁଠି ଦେବୀ ମାଙ୍କ ପ୍ରତିମାରେ ରଙ୍ଗ ଦିଆଯାଉଛି . ଆସନ୍ତୁ ଦେଖିବା ରାଜଧାନୀର  ପ୍ରମୁଖ ମହାଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକରେ କିଭଳି ଚାଲିଛି ଶେଷ ପ୍ରସ୍ତୁତି . ଧରାପୃଷ୍ଠକୁ ଆସିବେ ଧନଦାତ୍ରୀ ମା ଲକ୍ଷ୍ମୀ. ମାଙ୍କ ଆଗମନ ପାଇଁ ରାଜଧାନୀର ସବୁ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି . ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସମିତି ପକ୍ଷରୁ ହେଉଥିବା ପଞ୍ଜାବର ଗୋଲଡେନ ଟେମ୍ପୁଲରେ ବିରାଜିବେ ମାଲକ୍ଷ୍ମୀ . ସେଥିପାଇଁ  ମୂର୍ତ୍ତିକାରିଗର ଓ ତୋରଣ କାରିଗର ମାନେ ନିଜନିଜର କାମ ଶେଷ କରିବାକୁ ଲାଗିପଡିଛନ୍ତି . ଗୋଟିଏ ପଟେ ମୂର୍ତ୍ତି କାରିଗର ମାଙ୍କୁ ରଙ୍ଗ ଦେଉଥିବା ବେଳେ ଅନ୍ୟପଟେ ତୋରଣ କାରିଗରମାନେ ତୋରଣକୁ ସଜାଇବାରେ ବ୍ୟସ୍ତ. ଚଳିତ ବର୍ଷ ପୂଜା ପାଇଁ ସମିତି ପକ୍ଷରୁ ୧୦ରୁ ୧୨ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି. ଏହି ପୂଜା ମଣ୍ଡପରେ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମାଙ୍କୁ ପୂଜା କରାଯିବ . ମାଙ୍କ ନିକଟରେ ପ୍ରତିଦିନ ଖେଚୁଡି ଭୋଗ ଲଗାଯାଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ. ଏହାସହ ଦର୍ଶକମାନେ ମଜାନେବା ପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କରାଯ୍ୟକ୍ରମର ଆୟୋଜନ କରାଯାଇଛି.
ସେହିଭଳି ବାପୁଜୀ ନଗର ପୂଜା ମଣ୍ଡପରେ ମା ଲକ୍ଷ୍ମୀ ନୂଆଦିଲ୍ଲୀର ଲୋଟସ ଟେମ୍ପୁଲରେ ଝଲସିବେ . ଅଖା ଓ କାଉଁରିଆ କାଠିରେ ତିଆରି ହେଉଛି ୫୦ ଫୁଟ ଉଚ୍ଚର ଏହି ତୋରଣ. ଆଉ ତୋରଣର କାମ ୮୦ ପ୍ରତିଶତ ସରିଲାଣି. ବାକି କାମ ସାରିବା ପାଇଁ କାରୀଗର ଏବେ ବ୍ୟସ୍ତ . ମୂର୍ତ୍ତିକାରିଗର ମଧ୍ୟ ମାଙ୍କୁ ରଙ୍ଗ ଦେଉଛି . ତେବେ ଚଳିତ ବର୍ଷ ଏହି ପୂଜା ମଣ୍ଡପରେ ଐଶ୍ୱର୍ଯ୍ୟ କଳସ ପୂଜା ପ୍ରମୁଖ ଆକର୍ଷଣ ସାଜିବ. ପୂଜାକୁ ସମ୍ପାଦନ କରିବା ପାଇଁ କମିଟି ପକ୍ଷରୁ ୧୦ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି . ସେପଟେ ୟୁନିଟ-୯ ଫ୍ରେଣ୍ଡସ କ୍ଲବ ପକ୍ଷରୁ କରାଯାଉଥିବା ଏକ କାଳ୍ପନିକ ତୋରଣର ଭିତରେ ମାଙ୍କୁ ଦେଖିବାକୁ ପାଇବେ ସହରିଆ . ସୋଲ ଓ ଝୋଟରେ ତିଆରି ହୋଇଥିବା ବିଭିନ୍ନ ଡିଜାଇନକୁ ନେଇ ଏହି ତୋରଣ ସଜାଯାଉଛି . ଏହାସହ ରୂପାର ଅଳଙ୍କାରରେ ଶୋଭାମଣ୍ଡିତ ହେବେ ମହାଲକ୍ଷ୍ମୀ . ଆଉ ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ କ୍ଲବ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି .

ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ 12.10.16

ଆଜି ମହାନ ଗାୟକ ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ. ଏହି ଅବସରରେ ଭୁବନେଶ୍ୱର ଏକାମ୍ର ପାର୍କ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରାଯାଇଛି . ଭୁବନେଶ୍ୱର ଅକ୍ଷୟ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ଓଡିଆ ସଂଗୀତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ରୂପେ ପରିଚିତ ଥିଲା ଅକ୍ଷୟ ମହାନ୍ତି. ୧୨ ଅକ୍ଟୋବର ୧୯୩୨ ମସିହାରେ ଜନ୍ମ ନେଇଥିବା ଏହି ମହାନ ଗାୟକ ଆଧୁନିକ ଓଡିଆ ସଂଗୀତ ଇତିହାସରେ ଏକ ବିପ୍ଲବ ଆଣିଥିଲେ. ଆଉ ଅକ୍ଷୟ ମହାନ୍ତି ଖୋକା ଭାଇ ନାମରେ ଘରେ ଘରେ ପରିଚିତ ହୋଇଥିଲେ. କେବଳ ସଂଗୀତ ରଚନା କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ସେ ଗୀତ ରଚନା କରୁନଥିଲେ. ଓଡିଶାର ପାଣି, ପବନ, ଇତିହାସ, ପର୍ବ ପର୍ବାଣୀକୁ ନେଇ ଅନେକ ସଂଗୀତ ରଚନା କରିଛନ୍ତି. ତେବେ ଆଜିବି ସଂଗୀତ ପ୍ରେମୀମାନେ ଅକ୍ଷୟ ମହାନ୍ତିଙ୍କୁ ମନେ ପକାଇ ତାଙ୍କର ସ୍ମୃତିଚାରଣ କରୁଛନ୍ତି .

Thursday, 13 October 2016

କଟକ ମହାନଦୀ ଗଡଗଡିଆ ପଠା ରେ ବେଶ୍‌ ଧୁମ୍‌ଧାମ୍‌ ରେ ଅନୁଷ୍ଠିତ ହୋଇଯାଇଛି ରାବଣପୋଡି ଉତ୍ସବ

କଟକ ମହାନଦୀ ଗଡଗଡିଆ ପଠା ରେ  ବେଶ୍‌ ଧୁମ୍‌ଧାମ୍‌ ରେ ଅନୁଷ୍ଠିତ ହୋଇଯାଇଛି ରାବଣପୋଡି ଉତ୍ସବ । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ରାବଣ ପୋଡି ଉତ୍ସବକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସର ରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ,ଆକର୍ଷଣୀୟ ଆତସବାଜୀ ଓ ବନାଟି ଖେଳ ଲୋକଙ୍କୁ ମନୋରଞ୍ଜନ ର ଭରପୁର ଖୋରାକ୍‌ ଯୋଗାଇଥିଲା ।
ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ସ୍ୱରୂପ ପାଳନ କରାଯାଇଥାଏ ରାବଣ ପୋଡି । ବିଜୟା ଦଶମୀ ହେଉଛି ଏହାର ପ୍ରତୀକ । ଦଶମୀ ଅବସର ରେ କଟକ ଗଡଗଡିଆ ପଠା ରେ ଆୟୋଜନ ହୋଇଥିଲା ରାବଣ ପୋଡି ଉତ୍ସବ । ପ୍ରାୟ ୨୦ହଜାର ରୁ ଉର୍ଦ୍ଧ ଦର୍ଶକଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ରଙ୍ଗାରଙ୍ଗ୍‌ ସାଂସ୍କୃତିକ କାର୍ଯ୍ୟକ୍ରମରୁ । ବର୍ଷିଆନ୍‌ ଗାୟକ ଶ୍ରୀକାନ୍ତ ଦାସ, ଓଲିଉଡ୍‌ ର ଅନ୍ୟତମ ସୁନାମଧନ୍ୟ ଗାୟକ ଅଭିଜିତ୍‌ ମଜୁମ୍‌ଦାର,ଗାୟିକ ସତ୍ୟଜିତ୍‌ ପ୍ରମୁଖଙ୍କ ପରିବେଷିତ ଓଡିଆ ଏବଂ ହିନ୍ଦୀ ଫିଲ୍ମ ଗୀତ ର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।ଏହାଛଡା ଆଧୁନିକ ଏବଂ ପାରଂପାରିକ ନୃତ୍ୟ ମଧ୍ୟ ଏହି ମଞ୍ଚରେ ପରିବେଷଣ କରାଯାଇଥିଲା ।
ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ରାବଣ ପୋଡି ଉତ୍ସବ ଅବସର ରେ କେବଳ ସାଂସ୍କତିକ କାର୍ଯ୍ୟକ୍ରମ ନୁହେଁ ଆକର୍ଷଣୀୟ ଆତସବାଜୀ ଓ ବନାଟି ଖେଳ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ଅବସର ରେ କେତେଜଣ ବିଶେଷ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାତି ୧୨ଟା ସମୟରେ ରାବଣ ରେ ଅଗ୍ନି ସଂଯୋଗ କରାଯାଇଥିଲା । ଆଗକୁ ମଧ୍ୟ ରାବଣ ପୋଡି  କାର୍ଯ୍ୟକ୍ରମ କୁ ବେଶ୍‌ ଆକର୍ଷଣୀୟ କରାଯିବ । ତେବେ ପ୍ରଦୂଷଣ ଏବଂ ସୁରକ୍ଷା ବାବଦରେ ସବୁବେଳେ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଆୟୋଜକ
ଏହି କାର୍ଯ୍ୟକ୍ରମ ରେ ଅତିଥିରୂପେ ବିଧାୟକ ପ୍ରଭାତ ତ୍ରିପାଠୀ,ପ୍ରଭାତ ରଞ୍ଜନ ବିଶ୍ୱାଳ,ଦେବାଶିଷ ସାମନ୍ତରାୟ,ମେୟର ମୀନାକ୍ଷୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ମା ଦୁର୍ଗାଙ୍କ ମହାନବମୀ ପୂଜା

ଜଗତଜନନୀ ମା ଦୁର୍ଗାଙ୍କ ଧରାବତରଣରେ ଉତ୍ସବମୁଖର ହୋଇଛି ସହରଠୁ ଗାଁ . ଆଜି ମହାମାୟୀ ମା ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି . ମା’ଙ୍କର କୁଆଁରୀ ପୂଜା ଏହି ନବମୀ ପୂଜାରେ ବିଶେଷତ୍ୱ ଥାଏ . ତେବେ ରାଜଧାନୀ ଭୁବନଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ଜଗତ ଜନନୀ ମାଙ୍କ ପୂଜା . ସବୁଠି ଦେବୀମାଙ୍କ ପ୍ରତି ମୂର୍ତ୍ତି ସାଙ୍ଗକୁ ନୂଆ ନୂଆ ଢଙ୍ଗରେ ତିଆରି ହୋଇଥିବା ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ସାରା ସହର ଝଲସୁଛି  .
ମହାମାୟୀ ମା ଦୁର୍ଗାଙ୍କ ମହାନବମୀ ପୂଜା . ବାଜୁଛି ମହୁରି ବାଜୁଛି ଢୋଲ. ବ୍ରାହ୍ମଣଙ୍କର ବେଦମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ସାରା ସହର .  ଏହି ଶାରଦୀୟ ପୂଜାରେ ଚଳିତ ବର୍ଷ ଭୁବନେଶ୍ୱର ଷ୍ଟେସନ ବଜାରରେ ମା ଦୁର୍ଗା ବାହୁବଳି ପ୍ୟାଲେସ ଭିତରେ ପୂଜା ପାଉଛନ୍ତି. ଆଉ ତୋରଣରେ ବାହୁବଳିର ଝଲକ ବେଶ ମନରମୋ ହୋଇଛି . ତାହାସହ ମଣ୍ଡପ ଭିତରେ ଆଲୋକମାଳାରେ ଚୋଉଷଠୀ ଯୋଗୀନିଙ୍କ ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି. ୧୯୫୫ ମସିହାରୁ ଏହି ମଣ୍ଡପରେ ମା ପୂଜା ପାଇଆସୁଛନ୍ତି. ଏବର୍ଷ ଜଗତଜନନୀମାଙ୍କୁ ସଜାଇବା ପାଇଁ  ପୂଜା କମିଟି ପକ୍ଷରୁ ୨ କ୍ୱୁଣ୍ଟାଲ ରୂପାରେ ମେଢ କରାଯାଇଥିବା ବେଳେ ୭ଶହ ୫୦ଗ୍ରାମ ସୁନାରେ ମାଙ୍କୁ ସଜାଯାଇଛି. ବିଶ୍ୱର ମଙ୍ଗଳକାମନା କରିବା ସହ ନିଜ ପରିବାରର ମଙ୍ଗଳ କାମନା ପାଇଁ ସଭିଏଁ ମାଙ୍କୁ ପ୍ରାର୍ଥନା କରିଛନ୍ତି.  ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି .      
ଚଳିତ ବର୍ଷ ସହୀଦନଗର ଦୁର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଗୁଜୁରାଟର ରାମନାରାୟଣ ଟେମ୍ପୁଲ . ଆଉ ଏହାରି ଭିତରେ ପୂଜା ପାଉଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା . ଘଣ୍ଟ ଘଣ୍ଟା ବାଦ୍ୟ ସହ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମାଙ୍କ ଆଗମରେ ଧରାପୃଷ୍ଠରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ପରିବେଶ . ଚଳିତ ବର୍ଷ ପୂଜାରେ କମିଟି ପକ୍ଷରୁ ଅଢେଇ କ୍ୱୁଣ୍ଟାଲ ଚାନ୍ଦିରେ ତିଆରି ହୋଇଥିବା ମେଢ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି . ସକାଳୁ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମୁଛି. ସୋମବାର ସକାଳୁ ମାଙ୍କର ନବମୀ ପୂଜାରେ ମଙ୍ଗଳ ଆଳତୀ, ଷୋଡଶ ଉପଚାର ପୂଜା କରାଯାଇଥିବା ବେଳେ ରାତିରେ ଲଳିତା ଶହଶ୍ର ନାମ ପାଠ କରାଯିବ. ଏହାସହ ନବମୀ ପୂଜା ମାଙ୍କୁ ପଣା ନିବେଦନ କରାଯାଇ ଯଥାରିତୀରେ ପୂଜା ଅନୁଷ୍ଠିତ ହେବ. ଏଥର ଦଶହରାରେ ସହରିଆ ଲେଜର ସୋ ସାଙ୍ଗକୁ ବିନା ବାରୁଦ ଓ ନିଆଁରେ ହୋଇଥିବା ରାବଣର ଦୃଶ୍ୟ ଦେଖିବାକୁ ପାଇବେ.       

ପୂଜା ବଜାର ରେ ଚହଳ ପକାଇବା ପାଇଁ ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି”

ପୂଜା ବଜାର ରେ ଚହଳ ପକାଇବା ପାଇଁ ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । ସୌରଭ ଏଣ୍ଚରଟେନ୍‌ମେଣ୍ଟ ବ୍ୟାନର ରେ ନିର୍ମିତ ଏହି ଫିଲ୍ମ ର ଲିଡ୍‌ ରୋଲ୍‌ ରେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ଓ ଚୁଲ୍‌ବୁଲି ନାୟିକା ଝିଲିକଙ୍କ ଯୋଡିକୁ ଦେଖିବାକୁ ମିଳିଛି । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିକୁ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛି ପୂରା ୟୁନିଟ୍‌ ।
ଫିଲ୍ମି ଫ୍ରାଇଡେ ର ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । କଟକ ର ବୃନ୍ଦାବନ ସିନେମା ହଲ୍‌ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବଙ୍କ ଅପୋଜିଟ୍‌ ରେ ଅଛନ୍ତି ଚୁଲ୍‌ବୁଲି ବଙ୍ଗୀୟ ନାୟିକା ଝିଲିକ୍‌ । ତେବେ ଏହି ଫିଲ୍ମ ର କାହାଣୀ ଏକ କୁନି ଝିଅର ଚରିତ୍ର ଉପରେ ଗତିଶୀଳହୋଇଛି ଆଉ ତାହାକୁ ନେଇ ଅଭିୟନ ରେ ପରଦାକୁ ଆସିଛନ୍ତି କୁନି କଳାକାର ପ୍ରିତି ପ୍ରିୟଦର୍ଶନୀ ସାହୁ । ଅନୁଭବ ମହାନ୍ତି ଏହି ଫିଲ୍ମ ରେ ବାପା ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏହି ଫିଲ୍ମ ଜରିଆରେ ଓଲିଉଡ୍‌ ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ପୌଲମୀ ଦାସ । ସେ ଅନୁଭବ ଏବଂ ଝିଲିକ୍‌ଙ୍କ ସହ କାମ କରି ବେଶ୍‌ ଖୁସି ହୋଇଛନ୍ତି ।କେ.ଏମ୍‌.କ୍ରିଷ୍ଣା ଙ୍କ ନିର୍ଦ୍ଦେଶିତ ଏବଂ ପୂଜା ଭରାଲାୱାଲାଙ୍କ ପ୍ରଯୋଜନା ରେ ନିର୍ମିତ ଏହି ଫିଲ୍ମ ର ଗୀତଗୁଡିକ ମଧ୍ୟ ବେଶ୍‌ ମନଛୁଆଁ ହୋଇଛି । ପୂଜା ବଜରା ରେ ଫିଲ୍ମ ର ସଂଗୀତକୁ ମଧ୍ୟ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ପୂଜା ବଜାର ରେ ଆଉ ୩ଟି ନୂଆ ଓଡିଆ ଫିଲ୍ମ ରିଲିଜ୍‌ ହେଉଥିଲେ ମଧ୍ୟ ଏହି ଫିଲ୍ମଟି ନିଶ୍ଚିତରୂପେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଏହି ଫିଲ୍ମ ର ପୂରା ୟୁନିଟ୍‌ ।

ମା’ ମାଣିକେଶ୍ୱରୀଙ୍କ ଛତର୍ ଯାତ୍ରା

କଲାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର୍ ଯାତ୍ରା ଆରମ୍ଭ ହୋଇଯାଇଛି. କଳାହାଣ୍ତିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ . ଏହି ଦିନ ମାଙ୍କର ସନ୍ଧିପୂଜା ଓ ପାର୍ଶ୍ୱରେ ଥିବା ବୁଢାରାଜା ମନ୍ଦିରରେ ତନ୍ତ୍ର ମନ୍ତ୍ରରେ ପୂଜା ପରେ ଗୁପ୍ତରେ ଦେବୀଙ୍କ ଛତ୍ରକୁ ସହରରେ ଉପକଣ୍ଠରେ ଥିବା ଜେନା ଖାଲକୁ ନିଆୟାଇଥାଏ. ସେଠାରୁ ପୁଜାର୍ଚ୍ଚନା କରିବା ପରେ ମାଁଙ୍କ ଛତର ଯାତ୍ରା ଆରମ୍ଭ ହୋଇଥାଏ

ଆଶ୍ୱୀନ ମାସ ମହାଷ୍ଟମୀରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆଯୋଜିତ ହୋଇଯାଇଛି . ଏହି ଦିନରେ ମାଁଙ୍କୁ ମସ୍ତକରେ ସ୍ଥାପନା କରିବା ବିଧି ରହିଛି . ମହାଷ୍ଟମି ରାତିରେ ଗୁପ୍ତପୂଜା ଓ ମା’ଙ୍କ ପୀଠରେ ଅଷ୍ଟବଳି ପଡ଼ିବା ପରେ ମନ୍ଦିର ବେଢ଼ାରେ ଥିବା ମହାକାଳ ଭୈରବଙ୍କ ପାଖରେ ପୋଢ଼ବଳି ଦିଆଯିବା ପରେ ମା’ଙ୍କ ଛତରକୁ ଭବାନୀପାଟଣା ସହରର ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଇଥାଏ . ସେଠାରେ ନବମୀ ପ୍ରାତଃ କାଳରେ ପାରମ୍ପରିକ ଗୁପ୍ତ ପୁଜା ପରେ ମାଁଙ୍କ ଛତରଟି ଶୋଭାଯାତ୍ରାରେ ବାହରି ରାଜବାଟିରେ ଥିବା ମାଣିକେଶ୍ୱରୀ ମନ୍ଦିରରେ ପହଂଚିଥାଏ .
ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ସମୟରେ ଭବାନୀପାଟଣା ସହର ଘୁମୁରା,ଡୋଲ,ଘଣ୍ଟର ଓ ହୁଳହୁଳି ଶବ୍ଦରେ ଦୁହୁଲି ଉଠେ . ଏହା ସହିତ ମାଙ୍କୁ ଦର୍ଶନ କରିବା ପାଇଁ ରାସ୍ତାର କଡରେ ଧାଡିରେ ଭକ୍ତମାନେ ଅପେକ୍ଷା କରିଥାଆନ୍ତି . ଆଉ ମାଁ ଙ୍କ ଛତରକୁ ଦେଖିବା ମାତ୍ରେ ମନସ୍କାମନା ପୁରଣ କରିବା ପାଇଁ ଆଣିଥିବା ପଶୁ ପକ୍ଷୀଙ୍କୁ ବିଚ ରାସ୍ତାରେ ବଳି ଦେଇଥାଆନ୍ତି . ଆଉ କିଛି ଭକ୍ତ ମାଁ ଙ୍କ ନାମରେ କୁକୁଡା ଓ ଶହ ଶହ ଧଳା ପାରାକୁ ପୁଜାର୍ଚ୍ଚନା କରିବା ପରେ ଉଡାଇ ଦିଅନ୍ତି . ଏପରିକି ଶାନ୍ତିର ପାରା ଛତର ଉପରେ ବସି ମନ୍ଦିରକୁ ଯିବା ଦେବୀଙ୍କ ପ୍ରତ୍ୟକ୍ଷତା ବୋଲି ବିଶ୍ୱାସ ରହିଛି. ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜିଲ୍ଲା ପ୍ରଶସାନ ସାଧାରଣ ଜନତାଙ୍କୁ  ବଳିପ୍ରଥା ବନ୍ଦ ପାଇଁ ନିବେଦନ ଓ ସଚେତନ କରାଇଥିଲେ ହେଲେ ସବୁ କିଛି ହାର ମାନିଯାଇଥିଲା ଶ୍ରଦ୍ଧାଳୁଙ୍କ ଭକ୍ତିଆଗରେ . କଳାହାଣ୍ତିରେ ବଳି ପ୍ରଥା ବନ୍ଦ କରିବା ଏତେ ସହଜ ନୁହେଁ କାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଏଥିରେ ଜଡିତ. ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବଳି ଜାରୀ ରହିଥିଲା ଆଉ ରକ୍ତ ରଂଜିତ ହୋଇଥିଲା ଭବାନୀପାଟଣା ସହର . ଏପଟେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସହରରେ ବ୍ୟାପକ ପୋଲିସ ପୋର୍ସ ମୃତୟନ କରାଯାଇଥିଲା ଆଉ ସ୍ଥାନେ ସ୍ଥାନେ ସିସି ଟିଭିମାନ ଖଞ୍ଜାଯାଇଥିଲା.
ଭବାନିପାଟଣାର ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ବଳିପ୍ରଥାକୁ ବନ୍ଦ କରିବା ପ୍ରଶାସନ ଲୋକମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ସଚେତନ କରାଇବା ଦରକାର

DASAHARA ASTAMI PUJA

ମନ୍ଦିରମାଳିନୀ ସହର ଏବେ ପାର୍ବଣ ପାଇଁ ଉତ୍ସବ ମୁଖର . ଆଖି ଝଲସାଇବା ପରି ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର . ମହାସପ୍ତମୀରେ ମାଙ୍କ ପ୍ରାଣପ୍ରତିଷ୍ଠା ପରେ ଆଜି ବିଧି ମୁତାବକ ପାଳିତ ହୋଇଛି ମହାମାୟୀଙ୍କ ମହାଷ୍ଟମୀ . ଫଳରେ ସମସ୍ତ ପୂଜାମଣ୍ଡପ ପାଲଟିଥିଲା ଜନସମୁଦ୍ର . ଶାଢୀ ଛୁଆଁ ଓ ବ୍ରତ ପୂଜା ପାଇଁ ବିଶେଷକରି ଉପବାସ କରିଥିବା ମହିଳାଙ୍କର ଲାଗିଥିଲା ନାହିଁ ନଥିବା ଭିଡ଼ .
ପୃଥିବୀପୃଷ୍ଠରୁ ଅନ୍ୟାୟ ଅନୀତିର କ୍ଷୟ ସହ ଦୁଷ୍ଟ ସଂହାର କରିବା ପାଇଁ ଧରାବତରଣ କରିଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା . ସପ୍ତମୀ ପୂଜାରେ ମାଆଙ୍କୁ ଚକ୍ଷୁଦାନ କରିବା ପରେ ରବିବାର ଖୁବ୍ ଧୁମଧାମରେ ସମ୍ପାଦିତ ହୋଇଛି ମହାଷ୍ଟମୀ ପୂଜା . ସକାଳୁ ସକାଳୁ ମଆଙ୍କର ମହାସ୍ନାନ ପରେ ଆରମ୍ଭ ହୋଇଥିଲା ଅନ୍ୟାନ୍ୟ ନୀତିକାନ୍ତି . ଆଉ ଦିନ ବଢ଼ିବା ସାଙ୍ଗକୁ ଧୀରେ ଧୀରେ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଲାଗିଥିଲା ଭକ୍ତଙ୍କ ଗହଳି . ସମସ୍ତଙ୍କ ନଜରେଥିବା ଝାରପଡା ପୂଜା ମଣ୍ଡପରେ ଚଳିତବର୍ଷ ମାୟାମହଲରେ ଶୋଭା ପାଉଛନ୍ତି ଜଗତଜନନୀ ମା ଦୁର୍ଗା . ଏଠାରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ହେଖିବାକୁ ମିଳିଥିଲା. ଦିନଯାକ କାଷ୍ଠା ଉପବାସ କରିଥିବା ଭକ୍ତମାନେ ମାଆଙ୍କ ପାଖରେ ଖୁବ୍ ନିଷ୍ଠାର ସହ ଲାଗି କରିଥିଲେ ଭୋଗ . କେହି କେହି ଶାଢ଼ୀ ଏବଂ ନାଲୀ ଶଙ୍ଖା ଲାଗି କରି ନିଜ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରିଛନ୍ତି . ତେବେ ନିଜ ମନସ୍କାମନା ପୂରଣ ସହ ରାଜ୍ୟ ତଥା ଦେଶବାସୀଙ୍କ ଶୁଭ ମନାସିଛନ୍ତି ସଭିଏଁ .
ସେପଟେ ରାଜଧାନୀର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ମାହେଶମତୀ ପ୍ୟାଲେସ ଭିତରେ ମା ଦୁର୍ଗା ଝଟକୁଛନ୍ତି . ଆଉ ତୋରଣ ସମ୍ମୁଖରେ ଥିବା ଦେବଦେବ ମହାଦେବଙ୍କ ପ୍ରତିମୂର୍ତ୍ତି ବିଶେଷ ଆକର୍ଷଣ ସାଜିଛି . ଜଗଜ୍ଜନନୀ ମା ଦୁର୍ଗାଙ୍କୁ ପୂଜା କରି ନିଜ ନିଜର ମନସ୍କାମନା ପୂରଣ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି  . କିଏ ଉପବାସ କରି ମାନସିକ ରଖିଛି ତ ଆଉ କିଏ ଧୂପ, ଦୀପ, ନୈବେଦ୍ୟ ଓ ଭୋଗ ଅର୍ପଣ କରି ମା’ଙ୍କୁ ପୂଜା କରିଛି . ଶାନ୍ତିଶୃଙ୍ଖଳାରେ ପୂଜାକୁ ସମାପନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି . ଅଷ୍ଟମୀ ଦିନରେ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଲାଗିଥିବା ବେଳେ ମଣ୍ଡପମାନଙ୍କରେ ଭୋଗ, ଖେଚୁଡ଼ି ଆଦି ବଣ୍ଟନ କରାଯାଇଛି . ଆଉ ଉରି ଆକ୍ରମଣରେ ଶହୀଦ ହୋଇଥିବା ଜବାନମାନଙ୍କୁ ଏହି ପୂଜା ମଣ୍ଡପ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି.  

DASAHARA SAPTAMI PUJA

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା. ଆଉ ମା’ଙ୍କ ଆରାଧନା ପାଇଁ ସବୁଠି ଜୋରଦାର ଆୟୋଜନ. କେଉଁଠି ସୁଉଚ୍ଚ ତୋରଣ ତ ଆଉ କେଉଁଠି ସୁସଜ୍ଜିତ ଆଲୋକମାଳା . ପୁଣି କେଉଁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମା’ଙ୍କ ମୃଣ୍ମୟୀ ମୃର୍ତ୍ତି . ଗତକାଲି ମା’ଙ୍କ ବିଲ୍ୱବରଣ ପରେ ଆଜି ସବୁଠି ଅନୁଷ୍ଠିତ ହେଉଛି ପବିତ୍ର ମହାସପ୍ତମୀ ପୂଜା . ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ପୂଜା କରି ତାଙ୍କର ଆଶିର୍ବାଦ ଲାଭ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ .  

Dandia Night At Bhubaneswar

ଦାଣ୍ଡିଆ ନୃତ୍ୟରେ ନାଚିଲେ ରାଜଧାନୀବାସୀ . ଓଡିଶାରେ ଦିନକୁ ଦିନ ବଢିବାରେ ଚାଲିଛି ଏହାର ଆଦର . ସନ୍ଧ୍ୟା ହେଲେ ଜମୁଛି ଭିଡ . ଧରାପୃଷ୍ଟରେ ମାଙ୍କର ଆବିର୍ଭାବକୁ ସ୍ୱାଗତ କରିବା ପାଇଁ ନବରାତ୍ରି ଉପଲକ୍ଷେ ଚାଲିଛି ଦାଣ୍ଡିଆ ନାଇଟ୍ .
ରାଜଧାନୀରେ ଦାଣ୍ଡିଆ କ୍ରେଜ୍ . ଯୁବପୀଢିଙ୍କ ମଧ୍ୟରେ ନିଆରା ମଜା . ମା ଦୂର୍ଗାଙ୍କ ଆରଧନା ପୂର୍ବକ ପୂର୍ବରୁ ଏହି ଦାଣ୍ଡିଆ ନୃତ୍ୟ ନବରାତ୍ରିରେ ହୋଇଥାଏ . ବର୍ତ୍ତମାନ ଏହାର କ୍ରେଜ୍ ଓଡିଶାରେ ଦେଖିବା ପାଇଁ ମିଳୁଛି . ପୂର୍ବରୁ ଗୋଟେ ୨ ଟା ଯାଗାରେ ହେଉଥିବା ବେଳେ ବର୍ତ୍ତମାନ ରାଜଧାନୀର ୫ରୁ ଅଧିକ ଯାଗାରେ ଦେଖିବା ପାଇଁ ମିଳୁଛି . ତେବେ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଦେଖିବାପାଇଁ ମିଳିଛି ଏହାର ଦୃଶ୍ୟ . ମା ଙ୍କର ଆବିର୍ଭାବରେ ଧରାପୃଷ୍ଠରେ ଯେପରି ଏକ ଭକ୍ତିପୂତ ପରିବେଷ ସୃଷ୍ଟି ହୋଇଥାଏ ସେହିପରି ଦୂର୍ଗାପୂଜା ଆସିଲେ ମନେ ପଡିଯାଏ ଦାଣ୍ଡିଆ ନୃତ୍ୟର .
ନୂଆ ପୂରୁଣା ହିନ୍ଦି ଗୀତ . ଆଉ ହାତରେ ଥାଏ ଦାଣ୍ଡିଆର  ବାଡି . ସମସ୍ତଙ୍କ ମନରେ ନାଚିବାର ମାହୋଲ . ଆଉ ରଙ୍ଗବେରଙ୍ଗ ଆଲୁଅରେ ନାଚି ଉଠିଥିଲେ ପିଲା ଠୁ ଯୁବକ ଯୁବତୀ . କିଏ ନାଚି ନାଚି ଥକି ଯାଉଥାନ୍ତିତ ଆଉ କିଏ ଫୁଲ ମସୁଗୁଲ୍ ନାଚରେ . ଯେପରି ଲାଗୁଥିଲା ଏକ ନୃତ୍ୟର ସମାହାର . ତେବେ ଓଡିଶାରେ ଦିନକୁ ଦିନ ଏହାର ଚାହିଦା ବଢି ଚାଲିଛି .

DIFFERENT DURGA PUJA IN ODISHA

ସଂସ୍କୃତି ଓ ପରମ୍ପରା ର ନଗରୀ କଟକ ଏବେ ଦଶହରା ପାଇଁ ବେଶ୍‌ ଚଳଚଞ୍ଚଳ । ସହର ର ବିଭିନ୍ନ ପୂଜା ମଣ୍ଡପ ପାଖରେ ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କ ଭିଡ...। ତେବେ ଏହି ପ୍ରାଚୀନ ସହର ର କେତେକପୂଜାମଣ୍ଡପ ନିକଟରେପୂଜା ସମୟରେ ଦେଖିବାକୁ ମିଳୁଛି କିଛି ଭିନ୍ନ ପରମ୍ପରା । ଯେମିତିକିଝାଞ୍ଜରୀମଙ୍ଗଳା ରେ ଥିବା ବ୍ରହ୍ମକୁମାରୀ ଆଶ୍ରମ ପରିସର ରେ ଦୁର୍ଗତିନାଶିନୀ ମା ଦୁର୍ଗା ଏବଂ ପାର୍ଶ୍ୱ ଦେବାଦେବୀଙ୍କୁ ଦେଖିବାକୁ ମିଳୁଛି ଏକ ନିଆରା ମଣ଼୍ଡପରେ ।ଠିକ୍‌ ସେହିପରି ନାୟକ ସାହି ର ରାବଣ ଏବଂଛତ୍ରବଜାର ର ପୂଜା ମଣ୍ଡପ ନିକଟରେ ଥିବା କାଠ କଣ୍ଢେଇ“ଢିଙ୍କି କୁଟା” ପାଲଟିଛି ଦଶହରା ରେ ଏକ ପ୍ରମୁଖ ଆକର୍ଷଣ ।
ଏଇଟି ହେଉଛିଝାଞ୍ଜରୀମଙ୍ଗଳାଠାରେ ଥିବା ବ୍ରହ୍ମକୁମାରୀ ଆଶ୍ରମ ରଚୈତନ୍ୟ ଦେବୀ ମଣ୍ଡପ । ଦେଖନ୍ତୁ ଏଠାରେ ଥିବା ମା ଦୁର୍ଗାଙ୍କ ରୂପକୁ । ଯେଉଁଥିରେ ଅନ୍ୟାୟ ଏବଂ ଅଧର୍ମ ଉପରେ ସତ୍ୟର ଜୟ ସ୍ୱରୂପ ଜଗତଜନନୀ ମା ଦୁର୍ଗା ମହିଷାସୁରଙ୍କୁ ବଦ୍ଧ କରିଛନ୍ତି ।ଆଉ ପାର୍ଶ୍ୱରେ  ରହିଛନ୍ତି ଅନ୍ୟ ଦେବାଦେବୀମାନେ । ତେବେ ଭଲ କରି ଦେଖନ୍ତୁ ଏସବୁ ମାଟିର ପ୍ରତିମା ନୁହେଁ । ଏମାନେ ହେଉଛନ୍ତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଅନ୍ତେବାସୀ । କେବଳ ରାଜଯୋଗ ମାଧ୍ୟମରେ ସେମାନେ ବହୁତ ସମୟ ଧରି ମଣ୍ଡପ ଉପରେ ଏଭଳି ରୂପରେ ବସିବା ର ଦକ୍ଷତା ପାଇଛନ୍ତି । ତେବେ ଏହା କେବଳ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନୁହେଁ । ଏହି ମଣ୍ଡପ ଜରିଆରେ ଲୋକଙ୍କ ପାଇଁ କିଛି ଆଧ୍ୟାତ୍ମିକ ସନ୍ଦେଶ ମଧ୍ୟ ଦିଆଯାଇଛି । ଆଉ ତାହା ହେଉଛି କେବଳ ଆଧ୍ୟାତ୍ମିକତା ର ମାର୍ଗରେ ଚାଲି ଆମେ ସୁଖୀ ଜୀବନ ଅତିବାହିତ କରିପାରିବା । ତା ଦ୍ୱାରା ଆମେ କାମ,କ୍ରୋଧ,ଲୋଭ,ମୋହ,ମାୟ ଆଦି କୁଶକ୍ତିରୁ ନିଜକୁ ଦୂରେଇ ରଖିପାରିବା । ତେବେ ଏହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହେବା ସହ କିଛି ସମୟ ପାଇଁଏକ ଭିନ୍ନ ଆଧ୍ୟାତ୍ମିକତା ର ମାହୋଲ୍‌ ରେ ନିଜକୁ ହଜାଇ ଦେଇଥିଲେ ।
ଠିକ୍‌ ସେହିପରି ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ନାୟକ ସାହି ର କାଠ ରେ ତିଆରି ରାବଣ । ଏଠାରେ କେବଳ ରାବଣକୁ ପ୍ରଦର୍ଶିତ କରାଯାଏନାହିଁ । ଏହାକୁ ମଧ୍ୟ ଦଶହରା ରେ କେତେକ ପରିବାର ପୂଜା କରିବା ର ପରମ୍ପରା ଆଜି ବି ଦେଖିବାକୁ ମିଳୁଛି । ରାବଣ ମହାପ୍ରତାପୀ ଥିଲେ ଏବଂ ଅନେକ ବର ପାଇଥିଲେ । ତେଣୁ ତାଙ୍କୁ ପୂଜା କଲେ ନିଶ୍ଚିତରୂପେ କିଛି ସୁଫଳ ମିଳିବ ବୋଲି ବିଶ୍ୱାସ ରଖି କିଛି ଲୋକେ ଆଜିକୁ ପ୍ରାୟ ୫୦-୬୦ପୂର୍ବେ ଆରମ୍ଭ କରିଥିଲେ ରାବଣ ପୂଜା ।
କଟକ ଛତ୍ରବଜାର ର କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ନିକଟରେ ଥିବା କାଠ କଣ୍ଢେଇ ପାଖରେ ଲାଗିଛି ଲୋକଙ୍କ ଭିଡ । ଚାଲିଛି  ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଢିଙ୍କି କୁଟା”। ପ୍ରାୟ ୭୭ବର୍ଷ ପୂର୍ବେ ଏହି କାର୍ଯ୍ୟକ୍ରମ ଦଶହରା ସମୟରେ ଆରମ୍ଭ କରିଥିଲେ ଭଗବାନ ଚନ୍ଦ୍ର ଲାହା ।ଏବେ ତାଙ୍କ ପୁଅ ବଳରାମ ଲାହା ବାପାଙ୍କ ପଥ ଅନୁସରଣ କରି ଦେଖାଉଛନ୍ତି କାଠ କଣ୍ଢେଇ ର ଏହି କାର୍ଯ୍ୟକ୍ରମ.।ଯେଉଁଥିରେ ପ୍ରଦର୍ଶିତ କରାଯାଉଛି କିଛି ବର୍ଷ ପୂର୍ବେ କିପରି ଥିଲା ମଣିଷ ର ଜୀବନଶୈଳୀ । ମେସିନ ଯୋଗୁଁ ଏବେ ସେଥିରେ ଆସିଛି ଅନେକ ପରିବର୍ତ୍ତିନ । କିଛିବର୍ଷ ପୂର୍ବରୁ ସବୁକିଛି ଥିଲା ପ୍ରାକୃତିକ...ଢିଙ୍କି ରେ ଚାଉଳ କୁଟିବାଠାରୁ ଆରମ୍ଭ କରି ଶିଳରେ ମସଲା ବାଟିବା କାମ କରୁଥିଲେ ଘର ର ମହିଳା । ଏପରି କି ଚକିରେ ମଧ୍ୟ ପେଶା ଯାଉଥିଲା ଅଟା । ହେଲେ ଏବେ ଆଧୁନିକତା ର ଛାପରେ ସେସବୁ ହଜି ଯାଇଛି । କେବଳ ସେତିକି ନୁହେଁଆଜିର ମଣିଷ ନିଶାର କବଳରେ ପଡି କିପରି ଦଶା ଭୋଗୁଛିତାହାକୁ ଏଥିରେ ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖି ବେଶ୍‌ ଖୁସି ହେଉଛନ୍ତି କଟକ ଦଶହରା ବୁଲୁଥିବା ଲୋକେ । ବିଶେଷ କରି ଏହା ଛୋଟ ପିଲା ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ।ଏସବୁ ସ୍ଥାନରେ ଥିବା ନିଆରା ପରମ୍ପରାକୁ ଲୋକେ ଦେଖିବା ସହ ଏହାର ଭରପୂର ମଜା ଉଠାଉଛନ୍ତି । ଆଉ ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କଭିଡ

Monday, 10 October 2016

ଛାତିତଳେ ଡିଙ୍ଗ୍ ଡଙ୍ଗ୍ ଚଳଚିତ୍ର ରିଲିଜ୍


ପରଦାକୁ ଆସିଲା ନୂଆ ଚଳଚିତ୍ର ଛାତିତଳେ ଡିଙ୍ଗ୍ ଡଙ୍ଗ୍. ପୂଜା ବଜାରରେ ୪ ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସମସ୍ତଙ୍କ ନଜରରେ ଥିଲା ଏହି ମୁଭି . ତେବେ କେତେ ବାଜିମାତ୍ କରିବ ତାହା ପୂଜା ପରେ ଜଣାପଡିବ . ମଞ୍ଜରୀ ମୁଭିଜର ୭ ମ ଚଳଚିତ୍ର . ଗୀତ ଗୁଡିକ ବେଶ ଚମତ୍କାର ହୋଇଥିବା ବେଳେ ପୂଜା ବଜାରରେ ଏହା ଦର୍ଶକ ମାନଙ୍କ ମହଲରେ ଆକୃଷ୍ଟ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି . ନିର୍ଦ୍ଦେଶନାରେ ମୃତ୍ୟୁଞ୍ଜୟ ସାହୁ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ . ଲିଡ୍ ରୋଲରେ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ବର୍ଷା ଓ ଅର୍ଚ୍ଚିତା . ସେପଟେ ବଲିଉଡର ବ୍ୟାଡ ମଧ୍ୟ ନଜରକୁ ଆସିଛନ୍ତି . ଅନ୍ୟଜଣେ ନାୟକଙ୍କୁ ମଧ୍ୟ ଏଥିରେ ଦେଖିବା ପାଇଁ ମିଳିବ ସମ୍ବିତ୍ . ତାଙ୍କ କ୍ୟାରେକ୍ଟର ମଧ୍ୟ ଦମଦାର୍ ରହିଛି ଏହି ଫିଲ୍ମରେ . ଭୁବନେଶ୍ୱର କେଶରୀ ଟକିଜ୍ ଠାରେ ଏହାର ପ୍ରିମିୟର୍ ସୋ ଆୟୋଜିତ ହୋଇଯାଇଛି .

ଛାତିତଳେ ଡିଙ୍ଗ୍ ଡଙ୍ଗ୍

ପରଦାକୁ ଆସିଲା ନୂଆ ଚଳଚିତ୍ର ଛାତିତଳେ ଡିଙ୍ଗ୍ ଡଙ୍ଗ୍. ପୂଜା ବଜାରରେ ୪ ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସମସ୍ତଙ୍କ ନଜରରେ ଥିଲା ଏହି ମୁଭି . ତେବେ କେତେ ବାଜିମାତ୍ କରିବ ତାହା ପୂଜା ପରେ ଜଣାପଡିବ . ମଞ୍ଜରୀ ମୁଭିଜର ୭ ମ ଚଳଚିତ୍ର . ଗୀତ ଗୁଡିକ ବେଶ ଚମତ୍କାର ହୋଇଥିବା ବେଳେ ପୂଜା ବଜାରରେ ଏହା ଦର୍ଶକ ମାନଙ୍କ ମହଲରେ ଆକୃଷ୍ଟ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି . ନିର୍ଦ୍ଦେଶନାରେ ମୃତ୍ୟୁଞ୍ଜୟ ସାହୁ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ . ଲିଡ୍ ରୋଲରେ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ବର୍ଷା ଓ ଅର୍ଚ୍ଚିତା . ସେପଟେ ବଲିଉଡର ବ୍ୟାଡ ମଧ୍ୟ ନଜରକୁ ଆସିଛନ୍ତି . ଅନ୍ୟଜଣେ ନାୟକଙ୍କୁ ମଧ୍ୟ ଏଥିରେ ଦେଖିବା ପାଇଁ ମିଳିବ ସମ୍ବିତ୍ . ତାଙ୍କ କ୍ୟାରେକ୍ଟର ମଧ୍ୟ ଦମଦାର୍ ରହିଛି ଏହି ଫିଲ୍ମରେ . ଭୁବନେଶ୍ୱର କେଶରୀ ଟକିଜ୍ ଠାରେ ଏହାର ପ୍ରିମିୟର୍ ସୋ ଆୟୋଜିତ ହୋଇଯାଇଛି .

Chati tale ding dong

https://youtu.be/5H7DYaG-ZHE

ତୋର ଦିନେକୁ ମୋର ଦିନେ 

ପବିତ୍ର ଦୁର୍ଗାପୂଜାରେ ଆଜି ବଡ ପରଦାକୁ ଆସିଛି ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ । ସାର୍ଥକ ବ୍ୟାନରରେ ନିର୍ମିତ ୧୯ ତମ ଏହି ଫିଲ୍ମଟିରେ ଦର୍ଶକେ ଏକାଥରେ ୨ଦୁଇ ଜଣ ହିରୋ ହିରୋଇନିଙ୍କୁ ଦେଖିବାର ମଜା ଉଠେଇଛନ୍ତି । କାହାଣୀ କହିଲେ ଛୋଟ ବେଳର ୨ ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟରେ ସମୟ କ୍ରମେ ଶତୃତା ଦେଖା ଦେଇଛି । ବଡ ହୋଇ ଜଣେ ପୋଲିସ ଅଫିସର ଆଉ ଜଣେ ଗ୍ୟାଙ୍ଗଷ୍ଟାର ହୋଇ ଉଭୟ ଉଭୟଙ୍କ ବନ୍ଧୁକ ଉଠେଇଛନ୍ତି । ତେବେ ରୋମାଣ୍ଟିକ, ଆକ୍ସନ, କମେଡି ଭରପୁର ରହିଥିବାରୁ ଫିଲ୍ମର ସଫଳତା ନେଇ ପୁରା ୟୁନିଟ ଆଶାବାଦୀ.................
ଦଶହରାର ମାହୋଲ ଭିତରେ ଓଲିଉଡ ପ୍ରେମୀଙ୍କୁ ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ ଭେଟି ଦେଇଛି ସାର୍ଥକ ବ୍ୟାନର । ଆଜି ପବିତ୍ର ମହାସପ୍ତମୀ ଅବସରରେ ରାଜ୍ୟର ବିଭିନ୍ନ ହଲ ସମେତ କଟକ ସମ୍ରାଟ ହଲ୍‌ରେ ରିଲିଜ ହୋଇଛି ଏହି ଫିଲ୍ମ । ବିଶେଷକରି ଫିଲ୍ମଟରେ ଅରିନ୍ଦମ-ଶୀତଲ ଓ ଅମ୍ଲାନ-ରିୟାଙ୍କ ଯୋଡି ଦର୍ଶକଙ୍କୁ ବେଶ ଆକୃଷ୍ଟ କରି ପାରିଛି ।  ପିଲ୍ମଟିକୁ ଦେଖିବାକୁ ହଲ ବାହାରେ ଯେମିତି ଭିତରେ ବି ସେମିତି ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଖଚାଖଚ ଭିଡ । ଅରିନ୍ଦମ ଓ ଅମ୍ଳାନଙ୍କ ଛୋଟ ବେଳର ବନ୍ଧୁତା କାଳକ୍ରମେ ଶତୃତାର ରୂପ ନେଇ ଉଭୟ ଉଭୟଙ୍କ ଉପରକୁ ବନ୍ଧୁକ ଉଠେଇବା ପର୍ଯ୍ୟନ୍ତ ଯାଇଛି । ତେବେ ଏଭଳି ଏକ ଭିନ୍ନ ଫିଲ୍ମରି ସଫଳତା ନେଇ ଏହି ୨ ଯୋଡି ଖୁବ ଆଶାବାଦୀ.............
ଚଳଚ୍ଚିତ୍ର ‘ ତୋର ଦିନେକୁ ମୋର ଦିନେ ’ରେ ୨ ସାଙ୍ଗଙ୍କ ବନ୍ଧୁତାରୁ ଶତୃତା ପର୍ଯ୍ୟନ୍ତ ଯାଇଥିଲେ ବି ଅରିନ୍ଦମଙ୍କ ଭଉଣୀ ରିୟାଙ୍କ ପ୍ରେମରେ ପଡିଯାଇଛନ୍ତି ଅଭିନେତା ଅମ୍ଳାନ । ଯାହା ଫିଲ୍ମଟିକୁ ଅଧିକ ରୋଚକ କରିଛି । ତେବେ ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ୬ଟି ଗୀତ ରହିଥିବା ବେଳେ ‘ ତୋର ଦିନେକୁ ମୋର ଦିନେ ’ ଟାଇଟଲ ଗୀତଟି ଦର୍ଶକଙ୍କୁ ବେସ ଆକୃଷ୍ଟ କରିବ ବୋଲି କହିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ । ଏପଟେ ପୁରା ଫିଲ୍ମଟି ଓଡିଶା ସମେତ ରାମୋଜୀ ଫିଲ୍ମ ସିଟିରେ ସୁଟିଂ କରାଯାଇଥିବା ବେଳେ ଦଶହରାରେ ଓଲିଉଡ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି କହିଛନ୍ତି ନିର୍ଦ୍ଦେଶକ.........
ପୂଜା ବଜାରରେ ଏହି ଫିଲ୍ମଟି ବକ୍ସ ଅଫିସରେ ପହଞ୍ଚିବ ବୋଲି ଦୃଢୋକ୍ତି କରିଛି ସାର୍ଥକ ବ୍ୟାନର.........
ଭିଡିଓଜର୍ଣ୍ଣାଲିଷ୍ଟ ପୃଥ୍ୱୀରାଜ ମହାପାତ୍ରୀଙ୍କ ସହ କଟକରୁ କମଳାକାନ୍ତ ପାଲ୍‌, ଏମ୍‌.ବି.ସି ନ୍ୟୁଜ୍‌..... ।

Sunday, 9 October 2016

ଦେବୀ ବିରଜା :- ଯାଜପୁର ସହରର ମଧ୍ୟ ଭାଗରେ ରହିଛି ପ୍ରସିଦ୍ଧ ବିରଜା ଦେବୀଙ୍କ ମନ୍ଦିର । ଏହି ମନ୍ଦିରର କଳେବରଟି ସାଧାରଣତଃ ଦୁଇ ଶହ କିମ୍ବା ତିନିଶହ ବର୍ଷର ପୁରୁଣା । କୁହାଯାଏ ମୂଳ ପ୍ରାଚିନ୍ନ ମନ୍ଦିରଟି ଭାଙ୍ଗିଯିବା ପରେ ଏହି ମନ୍ଦିରଟି ପରେ ନିର୍ମାଣ କରାଯାଇଛି । ମନ୍ଦିରର ଉଚ୍ଚତା ପାଖାପାଖି ୩୫ ଫୁଟ । ମନ୍ଦିର ବେଢାର ଦୈଘ୍ୟ ଓ ପ୍ରସ୍ଥ ୩୦୦ ଫୁଟ ବର୍ଗାକାର କ୍ଷେତ୍ର । ମନ୍ଦିରଟି ରେଖ ଶୈଳୀରେ ନିର୍ମିତ  । ମୁଖ୍ୟ ମନ୍ଦିରକୁ ଲାଗି ରହିଛି ଜଗମୋହନ । ଲୋକ ମୁଖରେ ଏହା ହେଉଛି ନବରତ୍ନ ମନ୍ଦିର । କାରଣ ଏହାର ଭିତର ପାଖ ନଅଭାଗରେ ବିଭକ୍ତ । ବହୁ ସ୍ତମ୍ଭ ବିଶିଷ୍ଟ ଏହି ସୁଦୃଶ୍ୟ ଜଗମୋହନ ସହ ସଂଲଗ୍ନ ରହିଛି ନାଭିଗୟା ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଗୟାସୁରର ନାଭି ଏହି ସ୍ଥାନରେ ପତିତ । ତେଣୁ ଏହି କ୍ଷେତ୍ରର ଅନ୍ୟ ନାମ ମଧ୍ୟ ନାଭିଗୟା କ୍ଷେତ୍ର । ଏହା ନିକଟରେ ରହିଛି ନାଭିକୁଣ୍ଡ । ଯାତ୍ରୀ ମାନେ ନିଜ ପିତୃ ପୁରୁଷପାଇଁ ଏହି ସ୍ଥାନରେ ଦେଇଥାଆନ୍ତି ପିତୃଶ୍ରାଦ୍ଧ । ମନ୍ଦିର ସମ୍ମୁଖରେ ରହିଛି ମାଆଙ୍କ ବାହାନ ସିଂହ । ଯାହା ଏକ ଗଜକୁ ମାଢି ବସିଥିବା ଢଙ୍ଗରେ ବିଦ୍ୟାମାନ ।
To watch latest Odia Songs and Odia Full Length Films, please subscribe to our Channel
https://www.youtube.com/channel/UCIT5Y3tQ4r_vTBn1rTGbF5A
https://www.facebook.com/Muodiatv

https://www.youtube.com/user/muodiatv

https://twitter.com/muodiatv

google.com/+MUODIATV


New Odia Film Baby Released
ପୂଜା ବଜାର ରେ ଚହଳ ପକାଇବା ପାଇଁ ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । ସୌରଭ ଏଣ୍ଚରଟେନ୍‌ମେଣ୍ଟ ବ୍ୟାନର ରେ ନିର୍ମିତ ଏହି ଫିଲ୍ମ ର ଲିଡ୍‌ ରୋଲ୍‌ ରେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ଓ ଚୁଲ୍‌ବୁଲି ନାୟିକା ଝିଲିକଙ୍କ ଯୋଡିକୁ ଦେଖିବାକୁ ମିଳିଛି । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିକୁ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛି ପୂରା ୟୁନିଟ୍‌ ।
ଫିଲ୍ମି ଫ୍ରାଇଡେ ର ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । କଟକ ର ବୃନ୍ଦାବନ ସିନେମା ହଲ୍‌ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବଙ୍କ ଅପୋଜିଟ୍‌ ରେ ଅଛନ୍ତି ଚୁଲ୍‌ବୁଲି ବଙ୍ଗୀୟ ନାୟିକା ଝିଲିକ୍‌ । ତେବେ ଏହି ଫିଲ୍ମ ର କାହାଣୀ ଏକ କୁନି ଝିଅର ଚରିତ୍ର ଉପରେ ଗତିଶୀଳ ହୋଇଛି ଆଉ ତାହାକୁ ନେଇ ଅଭିୟନ ରେ ପରଦାକୁ ଆସିଛନ୍ତି କୁନି କଳାକାର ପ୍ରିତି ପ୍ରିୟଦର୍ଶନୀ ସାହୁ । ଅନୁଭବ ମହାନ୍ତି ଏହି ଫିଲ୍ମ ରେ ବାପା ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏହି ଫିଲ୍ମ ଜରିଆରେ ଓଲିଉଡ୍‌ ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ପୌଲମୀ ଦାସ । ସେ ଅନୁଭବ ଏବଂ ଝିଲିକ୍‌ଙ୍କ ସହ କାମ କରି ବେଶ୍‌ ଖୁସି ହୋଇଛନ୍ତି । କେ.ଏମ୍‌.କ୍ରିଷ୍ଣା ଙ୍କ ନିର୍ଦ୍ଦେଶିତ ଏବଂ ପୂଜା ଭରାଲାୱାଲାଙ୍କ ପ୍ରଯୋଜନା ରେ ନିର୍ମିତ ଏହି ଫିଲ୍ମ ର ଗୀତଗୁଡିକ ମଧ୍ୟ ବେଶ୍‌ ମନଛୁଆଁ ହୋଇଛି । ପୂଜା ବଜରା ରେ ଫିଲ୍ମ ର ସଂଗୀତକୁ ମଧ୍ୟ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ପୂଜା ବଜାର ରେ ଆଉ ୩ଟି ନୂଆ ଓଡିଆ ଫିଲ୍ମ ରିଲିଜ୍‌ ହେଉଥିଲେ ମଧ୍ୟ ଏହି ଫିଲ୍ମଟି ନିଶ୍ଚିତରୂପେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଏହି ଫିଲ୍ମ ର ପୂରା ୟୁନିଟ୍‌ ।
କଟକରୁ ଭିଡିଓଜର୍ଣ୍ଣାଲିଷ୍ଟ ଅମିତାଭ ସେଠୀଙ୍କ ସହ ସତ୍ୟଦୀପ କର ଓ ଅକ୍ଷୟ ପ୍ରଧାନ ଏମ୍‌.ବି.ସି ନ୍ୟୁଜ୍‌..... ।
ପବିତ୍ର ଦୁର୍ଗାପୂଜାରେ ଆଜି ବଡ ପରଦାକୁ ଆସିଛି ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ । ସାର୍ଥକ ବ୍ୟାନରରେ ନିର୍ମିତ ୧୯ ତମ ଏହି ଫିଲ୍ମଟିରେ ଦର୍ଶକେ ଏକାଥରେ ୨ଦୁଇ ଜଣ ହିରୋ ହିରୋଇନିଙ୍କୁ ଦେଖିବାର ମଜା ଉଠେଇଛନ୍ତି । କାହାଣୀ କହିଲେ ଛୋଟ ବେଳର ୨ ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟରେ ସମୟ କ୍ରମେ ଶତୃତା ଦେଖା ଦେଇଛି । ବଡ ହୋଇ ଜଣେ ପୋଲିସ ଅଫିସର ଆଉ ଜଣେ ଗ୍ୟାଙ୍ଗଷ୍ଟାର ହୋଇ ଉଭୟ ଉଭୟଙ୍କ ବନ୍ଧୁକ ଉଠେଇଛନ୍ତି । ତେବେ ରୋମାଣ୍ଟିକ, ଆକ୍ସନ, କମେଡି ଭରପୁର ରହିଥିବାରୁ ଫିଲ୍ମର ସଫଳତା ନେଇ ପୁରା ୟୁନିଟ ଆଶାବାଦୀ.................
ଦଶହରାର ମାହୋଲ ଭିତରେ ଓଲିଉଡ ପ୍ରେମୀଙ୍କୁ ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ ଭେଟି ଦେଇଛି ସାର୍ଥକ ବ୍ୟାନର । ଆଜି ପବିତ୍ର ମହାସପ୍ତମୀ ଅବସରରେ ରାଜ୍ୟର ବିଭିନ୍ନ ହଲ ସମେତ କଟକ ସମ୍ରାଟ ହଲ୍‌ରେ ରିଲିଜ ହୋଇଛି ଏହି ଫିଲ୍ମ । ବିଶେଷକରି ଫିଲ୍ମଟରେ ଅରିନ୍ଦମ-ଶୀତଲ ଓ ଅମ୍ଲାନ-ରିୟାଙ୍କ ଯୋଡି ଦର୍ଶକଙ୍କୁ ବେଶ ଆକୃଷ୍ଟ କରି ପାରିଛି ।  ପିଲ୍ମଟିକୁ ଦେଖିବାକୁ ହଲ ବାହାରେ ଯେମିତି ଭିତରେ ବି ସେମିତି ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଖଚାଖଚ ଭିଡ । ଅରିନ୍ଦମ ଓ ଅମ୍ଳାନଙ୍କ ଛୋଟ ବେଳର ବନ୍ଧୁତା କାଳକ୍ରମେ ଶତୃତାର ରୂପ ନେଇ ଉଭୟ ଉଭୟଙ୍କ ଉପରକୁ ବନ୍ଧୁକ ଉଠେଇବା ପର୍ଯ୍ୟନ୍ତ ଯାଇଛି । ତେବେ ଏଭଳି ଏକ ଭିନ୍ନ ଫିଲ୍ମରି ସଫଳତା ନେଇ ଏହି ୨ ଯୋଡି ଖୁବ ଆଶାବାଦୀ.............

ଚଳଚ୍ଚିତ୍ର ‘ ତୋର ଦିନେକୁ ମୋର ଦିନେ ’ରେ ୨ ସାଙ୍ଗଙ୍କ ବନ୍ଧୁତାରୁ ଶତୃତା ପର୍ଯ୍ୟନ୍ତ ଯାଇଥିଲେ ବି ଅରିନ୍ଦମଙ୍କ ଭଉଣୀ ରିୟାଙ୍କ ପ୍ରେମରେ ପଡିଯାଇଛନ୍ତି ଅଭିନେତା ଅମ୍ଳାନ । ଯାହା ଫିଲ୍ମଟିକୁ ଅଧିକ ରୋଚକ କରିଛି । ତେବେ ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ୬ଟି ଗୀତ ରହିଥିବା ବେଳେ ‘ ତୋର ଦିନେକୁ ମୋର ଦିନେ ’ ଟାଇଟଲ ଗୀତଟି ଦର୍ଶକଙ୍କୁ ବେସ ଆକୃଷ୍ଟ କରିବ ବୋଲି କହିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ । ଏପଟେ ପୁରା ଫିଲ୍ମଟି ଓଡିଶା ସମେତ ରାମୋଜୀ ଫିଲ୍ମ ସିଟିରେ ସୁଟିଂ କରାଯାଇଥିବା ବେଳେ ଦଶହରାରେ ଓଲିଉଡ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି କହିଛନ୍ତି ନିର୍ଦ୍ଦେଶକ.........
ପୂଜା ବଜାରରେ ଏହି ଫିଲ୍ମଟି ବକ୍ସ ଅଫିସରେ ପହଞ୍ଚିବ ବୋଲି ଦୃଢୋକ୍ତି କରିଛି ସାର୍ଥକ ବ୍ୟାନର.........
ଭିଡିଓଜର୍ଣ୍ଣାଲିଷ୍ଟ ପୃଥ୍ୱୀରାଜ ମହାପାତ୍ରୀଙ୍କ ସହ କଟକରୁ କମଳାକାନ୍ତ ପାଲ୍‌, ଏମ୍‌.ବି.ସି ନ୍ୟୁଜ୍‌..... ।TORA DINE KU MORA DINE New Odia Film Released

Saturday, 21 May 2016

Sarthak Music’s new movie Tora Dine ku Mora dine’s subha Mahurat ceremony  

Sarthak Music has convened the Subha Mahurat of its new movie Tora Dine ku Mora dine today. The movie is expected to bring new style of story telling in Ollywood Industry. For the first time in the history of Odia film Industry this movie will feature tow protagonists. Surely audiences will enjoy the movie as Arindam and …………………. are poised to perform some breath taking stunts and action sequences.
Even though the movie is an action flick, it also adopts comedy, romance and emotional scene which will definitely entertain the audiences. Riya and sheetal are the actresses starring in this power packed action movie.
The movie is directed by well known director ……………………………………………., looking at his experience and kinds of film he had made in his life career , surely  Tora Dine ku Mora dine will be a success in box office .
Well, If you are looking out for some sizzling and sensational scenes then you must watch out both the actress who are beautiful and gorgeous looking; this will definitely smoothen the violent effect of the action and stunts. As  movie lovers Tora Dine ku Mora dine Tora Dine ku Mora dine we give the credit to the film makers for their balancing act of making the movie a “Bold and beautiful” affair.
According to the actors of the movie, the screen play and story line is quite interesting. This is the 19th movie produced by Sarthak music. In a very short span of time the production house has achieved a great feet in giving Odia audiences some mind blowing and entertaining pictures.
If you are a movie lover and planning to watch some new and sensational story telling then, do not miss the opportunity to watch Tora Dine ku Mora dine. Undoubtedly, this movie will create some buzz around the movie. We at MU ODIA TV wish all the best to actors, director and crew members. 

Monday, 29 February 2016

Ollywood News

 First Cut: Launch of Historical Film “Buxi Jagabandhu- The Forgotten Legend

                                         Anubhav Mohanty in and as Buxi Jagabandhu
The capital city saw the exclusive launch of the upcoming film “Buxi Jagabandhu- the Forgotten Legend” at Hotel Crown here on Monday, 11th Jan, 2016. Produced by well-known NRI businessman Akshay Parija, this is the first ever periodic film attempted in Odisha till date.
The film boasts of Ollywood superstar Anubhav Mohanty in and as Buxi Jagabandhu. Known to be Ollywood’s box office smasher in genres like romantic comedy, drama and action, this film will be offbeat for Anubhav.
Parija, known to be a trend setter in Ollywood with award winning films like Jianta Bhuta, Thukul and Kehi Nuhen Kahara under his belt, is back again with a genre unexplored yet in the Industry. 
Not divulging much on the plot of the movie, Akshay Parija said, “The research on the Paika Vidroh is still under process. This was the first resitstance against the British that brought victory and was institutional in driving out the enemies in Khurdha so much so that they feared encroaching upon the territory. Buxi Jagabandhu played a pivotal role in Odisha’s rise against the Britishers , yet there is hardly any mention of him in the national and world history. This film is a humble tribute to rediscover and unearth Odisha’s forgotten legends who laid their life in the service of their motherland.”
“After 12 years of successful film career, I will be reinventing myself in a completely different character and personality. I am very excited being instrumental in reviving a 200 year glorious history of my mother state”, said Anubhav.
Odisha is not very much known as a warrior state other than rich art, culture and history. Trough this film, we will be able to showcase the glorious history of many warrior clans in Odisha, outside Odisha and infact all over the world, added Parija.


Friday, 26 February 2016

MU ODIA TV (24*7) is an entertainment channel of Odisha.The Mu Odia tv team have been gird up loins to provide our foremost viewers a complete package of Entertainment featuring music,cinemas & drama