Thursday 10 November 2016

ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ"

କଳିଯୁଗରେ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ବିବାହ କାହାଣୀ କିପରି ରହିବ ଏପରି ଏକ କାଳ୍ପନିକ ଚିତ୍ରକୁ ନେଇ ନିର୍ମିତ ହେଉଛି ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ " . ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଏହି ଦ୍ୱିଭାଷିକ ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ସବ୍ୟସାଚୀ . ଏସଭି ଆର୍ଟସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ସୁଟିଂ ଯୋରସୋରରେ ଚାଲିଛି .
ଦ୍ୱିଭାଷୀ ଚଳଚିତ୍ର "ସୀତା ରାମଙ୍କ ବାହାଘର କଳିଯୁଗରେ" ରେ ନଜର ଆସିବେ ପ୍ରଖ୍ୟାତ ଅଭିନେତା ସୁମନ ତଲୱାର .  ସୁମନ ୩୦୦ରୁ ଅଧିକ ତେଲଗୁ, ହିନ୍ଦି, କନ୍ନଡ ଭାଷାର ଫିଲ୍ମରେ ଅଭିନୟ କରିଛନ୍ତି . ଏହି ଫିଲ୍ମ ଓଡିଆ ଏବଂ ତେଲଗୁ ଭାଷାରେ ପରଦାକୁ ଆସିବ . ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପରିସରରେ ଏହାର ଟାଇଟେଲ ରିଲିଜ୍ ହୋଇଯାଇଛି . ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଥିବାବେଳେ ତାଙ୍କ ଅପୋଜିଟ୍ ରେ  ବଙ୍ଗୀୟ ଅଭିନେତ୍ରୀ ମନୀସା ଅଛନ୍ତି . ଏହା ଏକ ପାରିବାରିକ ଚଳଚିତ୍ର ହୋଇଥିବା ବେଳେ ଓଡିଶା ଆସି ସୁମନ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି .
 ସେପଟେ ଏହି ଫିଲ୍ମରେ ଓଡିଆ କଳାକାର ଭାବେ ବିଜୟ ମହାନ୍ତି, ପପୁ ପମପମ, ଅନୀତା ଦାସ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି . ପିଲ୍ମଟିରେ ଉଭୟ ଓଡିଆ ଏବଂ ତେଲଗୁ କଳାକାର ମାନେ ଅଭିନୟ କରିଛନ୍ତି . ଜିଏନଏସ ପ୍ରସାଦ ନିର୍ଦ୍ଦେଶନାରେ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ଇ ସେସାଗିରି ଏବଂ ଏମ ପିଚି ରେଡ୍ଡୀ . ଓଡିଆ ଭାଷାରେ ନିର୍ମିତ ହେଉଥିବାରୁ ସଂଳାପ ରେ ଅଛନ୍ତି ଡକ୍ଟର ରଜନୀ ରଞ୍ଜନ . ପ୍ରଯୋଜନା ସଂସ୍ଥା ଏହି ପିଲ୍ମଟିକୁ ନେଇ ବେଶ୍ ଆଶା ବାଦୀ ଅଛନ୍ତି . ପ୍ରଥମ ଥର ପାଇଁ ଏଭଳି ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସବ୍ୟ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି .
ତେବେ ଏହା ସୁମନଙ୍କ ପାଇଁ ପ୍ରଥମ ଓଡିଆ ଫିଲ୍ମ . ଏହା ପୂର୍ବରୁ ସେ ହିନ୍ଦୀ ଫିଲ୍ମ ଗବର ଇଜ୍ ବ୍ୟାକ ଏବଂ ଶିବାଜୀ ଦ ବୋସ୍ ରେ ପରଦାକୁ ଆସିଥିଲେ

No comments:

Post a Comment