Wednesday 14 December 2016

କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ବ୍ରହ୍ମପୁର ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା

ସରକାରଙ୍କ ବିମୁଦ୍ରୀକରଣ ଯୋଗୁଁ ବଜାରରେ ଖୁଚୁରା ପାଇଁ ହଇରାଣ ହେଉଛନ୍ତି ସାଧାରଣ ଜନତା। ଆଉ ଏଭଳି ସ୍ଥଳେ ଦେଶବାସୀଙ୍କୁ ବିଭିନ୍ନ ସ୍ଥାନରେ କ୍ୟାସଲେସ୍ ଟ୍ରାଞ୍ଜକସନ୍ କରିବାକୁ ଆହ୍ୱାନ କରାଯାଇଛି ।  ତେଣୁ ବ୍ରହ୍ମପୁରର ବିଭିନ୍ନ ବଜାରରେ ଆରମ୍ଭ ହେଲା ପେଟିଏମ୍ ବ୍ୟବସ୍ଥା। ସହରର ମୁଖ୍ୟ ପରିବା ବଜାରଠାରୁ ଆରମ୍ଭ କରି ଔଷଧ ଦୋକାନରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅନ୍ୟପଟେ ଏହାଦ୍ୱାରା ଜନସାଧାରଣ ଅନେକ ସୁବିଧା ପାଇଥିବା କହିଛନ୍ତି।...
ସରକାରଙ୍କ ବିମୁଦ୍ରୀକରଣ ପରେ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବଜାରରେ ଖୁଚୁରା ସମସ୍ୟା। ତେଣୁ କ୍ୟାସଲେସ୍ ଟ୍ରାଞ୍ଜକସନ୍ ପାଇଁ ଆହ୍ୱାନ କରାଯାଇଛି। ତେଣୁ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ଟ୍ରେନ ଟିକେଟ ପର୍ଯ୍ୟନ୍ତ ବୁକିଙ୍ଗ୍ କଲେ ରିହାତି ବ୍ୟବସ୍ଥା ବି ଘୋଷଣା ହୋଇଛି। ଆଉ ସରକାରଙ୍କ ଏହି ଆହ୍ୱାନ ପରେ ବ୍ରହ୍ମପୁରରେ ପ୍ରମୁଖ ସ୍ଥାନରେ ଆରମ୍ଭ ହୋଇଯାଇଛି ପେଟିଏମ୍ ବ୍ୟବସ୍ଥା । ବଡବଜାରରେ ରହିଥିବା ପ୍ରମୁଖ ପରିବା ବଜାରରେ ଖୁଚୁରା ସମସ୍ୟାକୁ ଦୂର କରିବା ପାଇଁ ବ୍ୟବସାୟୀ ପେଟିଏମ୍ ବ୍ୟବସ୍ଥା ଲାଗୁ କରିଛନ୍ତି।
 କେତେକ ଔଷଧ ଦୋକାନୀରେ ମଧ୍ୟ ଆରମ୍ଭ ହୋଇଛି ପେଟିମ୍ ବ୍ୟବସ୍ଥା। ଏହାଦ୍ବାରା  ଖୁଚୁରା ସମସ୍ୟାର ସମାଧାନ ହେଉଛି। ଏହି ନୂତନ ବ୍ୟବସ୍ଥା ଉପରେ ଲୋକଙ୍କ ବିଶେଷ ଧାରଣା ନାହିଁ । ତେଣୁ କେତେକ ବ୍ୟବସାୟୀ ସୀମିତ ସମୟ ମଧ୍ୟରେ ପେଟିଏମ୍ ଉପରେ ଶିକ୍ଷା ପ୍ରଦାନ କରି କ୍ୟାସଲେସ ଟ୍ରାଞ୍ଜକସନ୍ କରିପାରୁଛନ୍ତି। 

Monday 28 November 2016

ଭୁବନେଶ୍ୱର ପଥ ଉତ୍ସବ

ରାହିଗିରି ଗଲା। ଆଉ ଆସିଯାଇଛି ଭୁବନେଶ୍ୱର ପଥ ଉତ୍ସବ। ଜନପଥରେ ନୂଆ ନାଁ ଆଉ ନୂଆ ରୂପରେ ଆସିଥିବା ଏହି ଉତ୍ସବର ମଜା ନେଇଛନ୍ତି ସହରିଆ । ଆଉ ପୂର୍ବ ଟ୍ୟାଗଲାଇନ ପରିବର୍ତ୍ତନ ହୋଇ ଏବେ ହୋଇଛି ଆମ ସହର ଆମ ରାସ୍ତା । ପ୍ରତି ରବିବାର ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ  ହେବେ ଏହି ଉତ୍ସବ।...
ନାଁ ନୂଆ, ଫର୍ମାଟ ପୁରୁଣା। ରବିବାର ଶୀତୁଆ ସକାଳରେ ରାଜଧାନୀର ଜନପଥରେ ପାଳିତ ହୋଇଛି ପଥ ଉତ୍ସବ। ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ଜମିଥିଲା ପଥୋତ୍ସବ । ରାସ୍ତାର ଗୋଟିଏ ପାର୍ଶ୍ୱରେ ନାଚ ଗୀତର ଧୁମ ସାଙ୍ଗକୁ ସହରିଆଙ୍କ ଭିଡ ଏବଂ ଆଉ ଗୋଟିଏ ପାର୍ଶ୍ୱରେ ସାଇକେଲ ଚଳାଇବା, ସ୍କେଟିଂ କରିବା ସହ ଖାଲି ପାଦରେ ଚାଲୁଥିଲେ ସହରିଆ। ଯୁବ ପିଢୀଙ୍କ ସାଇକେଲ ଷ୍ଟଣ୍ଟ ବିଶେଷ ଆକର୍ଷଣ ଥିଲା । ଆଉ ନୂଆ ରୂପରେ ଆସିଥିବା ଏହି ପଥ ଉତ୍ସବରେ କଣ୍ଢେଇ ନାଚ, କୁନି କୁନି ପିଲାଙ୍କ ନାଚକୁଦ ବେଶ ନିଆରା ଥିଲା ।  ତାହା ସହ ସ୍ୱଚ୍ଛ ଭାରତ ବାର୍ତ୍ତା, ରକ୍ତଦାନ ଓ ମଦମୁକ୍ତ ଓଡିଶାର ସଚେତନା ବାର୍ତ୍ତା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ।
ଥତ୍ସୋବର ଶୁଭାରମ୍ଭ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶନ୍ନ ପାଟ୍ଟଣାଣୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା। ରାହାଗିରି ଅପେକ୍ଷା ଏହି ନୂଆ ନାଁ ପାଇଥିବା ଭୁବନେଶ୍ୱର ପଥ ଉତ୍ସବରେ ଅଧିକ ସଂଖ୍ୟାର ସହରିଆ ଯୋଡି ହେବେ ବୋଲି ଆଶା କରିଛି ବିଏମସି ।

Thursday 10 November 2016

ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ"

କଳିଯୁଗରେ ପ୍ରଭୁ ରାମଚନ୍ଦ୍ର ଓ ସୀତା ଦେବୀଙ୍କ ବିବାହ କାହାଣୀ କିପରି ରହିବ ଏପରି ଏକ କାଳ୍ପନିକ ଚିତ୍ରକୁ ନେଇ ନିର୍ମିତ ହେଉଛି ଦ୍ୱିଭାଷିକ ଫିଲ୍ମ "ସୀତା ରାମଙ୍କ ବାହାଘର କଳିଯୁଗରେ " . ଓଡିଆ ଓ ତେଲଗୁ ଭାଷାରେ ନିର୍ମିତ ହେଉଥିବା ଏହି ଦ୍ୱିଭାଷିକ ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଛନ୍ତି ସବ୍ୟସାଚୀ . ଏସଭି ଆର୍ଟସ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ସୁଟିଂ ଯୋରସୋରରେ ଚାଲିଛି .
ଦ୍ୱିଭାଷୀ ଚଳଚିତ୍ର "ସୀତା ରାମଙ୍କ ବାହାଘର କଳିଯୁଗରେ" ରେ ନଜର ଆସିବେ ପ୍ରଖ୍ୟାତ ଅଭିନେତା ସୁମନ ତଲୱାର .  ସୁମନ ୩୦୦ରୁ ଅଧିକ ତେଲଗୁ, ହିନ୍ଦି, କନ୍ନଡ ଭାଷାର ଫିଲ୍ମରେ ଅଭିନୟ କରିଛନ୍ତି . ଏହି ଫିଲ୍ମ ଓଡିଆ ଏବଂ ତେଲଗୁ ଭାଷାରେ ପରଦାକୁ ଆସିବ . ଭୁବନେଶ୍ୱର ସ୍ଥିତ ରାମମନ୍ଦିର ପରିସରରେ ଏହାର ଟାଇଟେଲ ରିଲିଜ୍ ହୋଇଯାଇଛି . ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଥିବାବେଳେ ତାଙ୍କ ଅପୋଜିଟ୍ ରେ  ବଙ୍ଗୀୟ ଅଭିନେତ୍ରୀ ମନୀସା ଅଛନ୍ତି . ଏହା ଏକ ପାରିବାରିକ ଚଳଚିତ୍ର ହୋଇଥିବା ବେଳେ ଓଡିଶା ଆସି ସୁମନ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି .
 ସେପଟେ ଏହି ଫିଲ୍ମରେ ଓଡିଆ କଳାକାର ଭାବେ ବିଜୟ ମହାନ୍ତି, ପପୁ ପମପମ, ଅନୀତା ଦାସ, ଜୀବନ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି . ପିଲ୍ମଟିରେ ଉଭୟ ଓଡିଆ ଏବଂ ତେଲଗୁ କଳାକାର ମାନେ ଅଭିନୟ କରିଛନ୍ତି . ଜିଏନଏସ ପ୍ରସାଦ ନିର୍ଦ୍ଦେଶନାରେ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ଇ ସେସାଗିରି ଏବଂ ଏମ ପିଚି ରେଡ୍ଡୀ . ଓଡିଆ ଭାଷାରେ ନିର୍ମିତ ହେଉଥିବାରୁ ସଂଳାପ ରେ ଅଛନ୍ତି ଡକ୍ଟର ରଜନୀ ରଞ୍ଜନ . ପ୍ରଯୋଜନା ସଂସ୍ଥା ଏହି ପିଲ୍ମଟିକୁ ନେଇ ବେଶ୍ ଆଶା ବାଦୀ ଅଛନ୍ତି . ପ୍ରଥମ ଥର ପାଇଁ ଏଭଳି ଏକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସବ୍ୟ ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି .
ତେବେ ଏହା ସୁମନଙ୍କ ପାଇଁ ପ୍ରଥମ ଓଡିଆ ଫିଲ୍ମ . ଏହା ପୂର୍ବରୁ ସେ ହିନ୍ଦୀ ଫିଲ୍ମ ଗବର ଇଜ୍ ବ୍ୟାକ ଏବଂ ଶିବାଜୀ ଦ ବୋସ୍ ରେ ପରଦାକୁ ଆସିଥିଲେ

Wednesday 9 November 2016

ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଦେଲେ ଧରା କଥା ସରେ

ରଜଧାନୀ ଭୁବନେଶ୍ୱରରେ ଆଉ ୧ ସିନେମାର ମୁକ୍ତିଲାଭ କରିବାକୁ ଯାଉଛି.ଏକାଥରକେ ୫୦ଟି ସିନେମା ହଲରେ ଏହି ସିନେମା ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ.ନୁତନ ହିରୋ,ହିରୋଇନ ସହ ବହୁ ପୁରୁଣା କଳାକାରଙ୍କୁ ନେଇ ଏହି ସିନେମାଟି ଚିତ୍ରିତ ହୋଇଥିବା ବେଳେ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶାବାନ୍ଧିଛନ୍ତି ପ୍ରଜୋଜକ.
ବେବେଲିନା ପ୍ରଡକ୍ସନର ପ୍ରଥମ ଅବଦାନ ଦେଲେ ଧରା କଥା ସରେ ର ମୁକ୍ତିଲାଭ  ଚଳିତ ନଭେମ୍ୱର ୧୧ ତାରିଖରେ,ଓଡିଶାର ୫୦ଟି ପ୍ରେକ୍ଷାଳୟରେ ହେବ.ଚଳଚିତ୍ରର ପ୍ରଯୋଜକ ପଂକଜ ରାଉତ ଏକ ସମ୍ୱାଦିକ ସମ୍ମୀଳନୀରେ ଏହି ସୁଚନା ଦେଇଛନ୍ତି.ଚଳଚିତ୍ରଟି ଭଲ ଗୀତସାଙ୍ଗକୁ ପାରିବାରିକ କାହାଣୀ ହୋଇଥିବାରୁ ଏହା ବେଶ ଲୋକାଦୃତ ହୋଇପାରିବ ବୋଲି ଆଶା ବାନ୍ଧିଛନ୍ତି ପ୍ରୋଯୋଜକ.ଏହି ଫିଲମ୍ ର ହିରୋ ,ହିରୋଇନ ଦୁଇଜଣ ନବାଗତ କିନ୍ତୁ କାହାଣୀ ସହ ନିଜର ସମସ୍ତ ପ୍ରକାରର ଅଭିନୟ ଦକ୍ଷତାକୁ ଏଥିରେ ପ୍ରତିପାଦିତ କରିଥିବାରୁ ,ଦର୍ଶକ ବେଶ ମନୋରଂଜନ କରିବେ ବୋଲି ଆଶା ବାନ୍ଧିଛନ୍ତି ଉଭୟ.ଆଉ ପ୍ରଥମକରି ସୁଯୋଗ ଦେଇଥିବାରୁ ପ୍ରଯୋଜକଙ୍କୁ ଧନ୍ୟବାଦ ଦେବାସହ ଦର୍ଶକଙ୍କୁ ପିଲ୍ମଟିକୁ ଦେଖିବାକୁ ଅନୁରୋଧ କରିଛନ୍ତି.
ଏହି ଚଳଚିତ୍ରରେ ଦୀର୍ଘ ୪ବର୍ଷ ପରେ ଖଳନାୟକ ଭୁମିକାରେ ଆସିଛନ୍ତି ବବି ମିଶ୍ର.ଆଉ ଓଡିଆ ଚଳଚିତ୍ର ଜଗତର ଖାତନାମା ଅଭିନେତ୍ରୀ ମହେଶ୍ୱତା ମଧ୍ୟ ଅଭିନୟ କରିଛନ୍ତି.ଏହାସହ ଓଡିଆ ଚଳଚିତ୍ରର ମୌଳିକତାକୁ ଏଥିରେ ଗୁରୁତ୍ୱ ଦିଆଯିବାସହ ସଂପୁର୍ଣ୍ଣ ଭାବରେ ଏକ ପାରିବାରିକ ଚଳଚିତ୍ର ହୋଇଥିବା ପ୍ରକାଶ କରିଛନ୍ତି ବବି ମିଶ୍ର.ଏହାସହ ସୁନାମଧନ୍ୟ ନିର୍ଦ୍ଧେଶକ ଶୈଳେନ୍ଦ୍ର ମିଶ୍ର ଏହାର ନିର୍ଦ୍ଧେଶନା ଦେଇଥିବାରୁ ବେଶ ରୋଚକ ହୋଇଥିବା କହିଛନ୍ତି ପ୍ରଯୋଜକ.
ଆସନ୍ତା ନଭେମ୍ୱର ୧୧ ରେ ଏହି ସିନେମା ମୁକ୍ତିଲାଭ କରୁଥିବା ବେଳେ ଏହା ଏକ ସଫଳ ସିନେମା ହେବ ବୋଲି ଆଶା ବାନ୍ଧିଛନ୍ତି ପ୍ରଯୋଜକ.

ଟିନଏଜ ଲଭଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଚଳଚ୍ଚିତ୍ର କଥାଦେଲି ମଥା ଛୁଇଁ

ଟିନଏଜ ଲଭଷ୍ଟୋରୀକୁ ନେଇ ତିଆରି ହେବାକୁ ଯାଉଛି ଚଳଚ୍ଚିତ୍ର କଥାଦେଲି ମଥା ଛୁଇଁ.ଆଜି ଚଳଚ୍ଚିତ୍ରର ଶୁଭମୁହୁରତ  ଭୁବନେଶ୍ୱର ଝାରପଡା ଦୁର୍ଗାମନ୍ଦୀର ପରିସରରେ  ଅନୁଷ୍ଠିତ ହୋଇଯାଇଛି.ନ୍ୟୁକମର ପ୍ରଯୋଜକ ଏବଂ ଅଭିନେତାଙ୍କ ସହ ଫିଲ୍ମରେ ରହିଛି ଷ୍ଟ୍ରଙ୍ଗ ଷ୍ଟାରକାଷ୍ଟ. ନୂଆବର୍ଷରେ ଫିଲ୍ମଟି ପରଦାରେ ଓହ୍ଲାଇବ ବୋଲି ଟାର୍ଗେଟ ରହିଛି.
ଅର୍ଥ ବଦଳରେ ଭଲପାଇବା ମିଳେ ? ନା ଭଲପାଇବା ବଦଳରେ ଅର୍ଥ ମିଳେ? ତାହାର ନିରୁତ୍ତର. ତେବେ ଏମିତି ଏକ ପ୍ରଶ୍ନ ନେଇ ତିଆରି ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର କଥା ଦେଲି ମଥା ଛୁଇଁ. ଟିଏନଏଜ ଲଭଷ୍ଟୋରିକୁ ନେଇ ତିଆରି ହେଉଥିବା ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବାକୁ ପାଇଁବେ ଏକ ଭିନ୍ନ ସ୍ୱାଦର ଲଭଷ୍ଟୋରୀ. ଶ୍ରୀଧର ମାର୍ଥା ନିବେଦିତ ଏହି ଟିନଏଜ ଲଭଷ୍ଟୋରୀର ଶୂଭ ମୁହୁରତ ଆଜି ଭୁବନେଶ୍ୱର ଝାରପଡା ଦୁର୍ଗାମନ୍ଦୀର ପରିସରରେ  କରାଯାଇଛି.ଫିଲ୍ମର କଳାକାର, ପ୍ରଯୋଜକ,ନିର୍ଦ୍ଦେଶକ,ସଙ୍ଗିତକାରଙ୍କ ଉପସ୍ଥିତିରେ ଫିଲ୍ମଟିର ମୁହୁରତ ଅନୁଷ୍ଠିତ ହୋଇଛି.
ଚଳଚ୍ଚିତ୍ରଟିରେ ବିଜୟ ମହାନ୍ତି,ମିହିର ଦାସ,ରିଆ ପପୁପମପମ ଙ୍କ ଭଳି ଷ୍ଟାର କାଷ୍ଟ ରହିଥିବା ବେଳେ ଅଭିନେତା ଭାବେ ଲିଡରେ ଆସୁଛନ୍ତି ଦୁଇ ନବାଗତ ଅଭିଷେକ ଏବଂ ଅମନ.ଲଭଷ୍ଟୋରୀ ହୋଇଥିବାରୁ ଚଳଚ୍ଚିତ୍ରଟିରେ ମ୍ୟୁଜିକ ପ୍ରତି ମଧ୍ୟ ବେସ ଗୁରୁତ୍ତ୍ୱ ଦିଆଯାଇଛି.ଏଥି ସହିତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ନିର୍ଦ୍ଦଶନାରେ ଏଥିରେ ରହିଛି ୬ଟି ସୁମଧୁର ଗୀତ.
ନ୍ୟୁ-ୟରରେ ଏହି ଚଳଚ୍ଚିତ୍ର ଟି ପରଦାକୁ ଓହ୍ଲାଇବାର ଯୋଜନା ରହିଛି.ଭିନ୍ନ ସ୍ୱାଦରେ କାହାଣୀକୁ ନେଇ ତିଆରି ହେଉଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକ ବେସ ଆଦୃତ କରିବେ ବୋଲି ସମସ୍ତେ ଆଶାବାଦୀ.

Friday 28 October 2016

ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି || ଧନ ତ୍ରୟୋଦଶୀ ବା ଧନ ତେରସ

ଆଜି ‘ଧନ ତ୍ରୟୋଦଶୀ’ ବା ‘ଧନ ତେରସ’. ସେଥିପାଇଁ ସୁନା ଗହଣା ଦୋକାନରେ ନାହିଁ ନଥିବା ଭିଡ.  ସୁନା ରୁପାର ଦରକୁ ଖାତିର ନକରି ଗ୍ରାହକମାନେ ନିଜ ମନପସନ୍ଦର ସୁନା ଗହଣା କିଣି ନେଉଛନ୍ତି. ଏହି ଦିନ ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଆଉ ପରିବାରରେ ସୁଖଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି. ସେଥିପାଇଁ ସମସ୍ତେ ବର୍ଷକରେ ଥରେ ହେଉପଛେ ଏହିଦିନ ସୁନା ଗହଣା କିଣିଥାନ୍ତି. ସେପଟେ ଗ୍ରାହକଙ୍କ ଆବଶ୍ୟକତାକୁ ଲକ୍ଷରଖି ସୁନାଗହଣା ବ୍ୟବସାୟୀମାନେ ବିଭିନ୍ନ ଭେରାଇଟିର ଗହଣା ସହ ଅଫରମାନ ରଖିଛନ୍ତି.
ଦେବ-ଚିକିତ୍ସକ ତଥା ଆୟୁର୍ବେଦର ସ୍ରଷ୍ଟା ଧନ୍ଵନ୍ତରିଙ୍କୁ ଆଜିର ଦିନରେ ପୂଜା କରାଯାଏ. ପୁଣି, ସାଗର ମନ୍ଥନ ବେଳେ ଏହି ଦିନରେ ଲକ୍ଷ୍ମୀଙ୍କ ଆବିର୍ଭାବ ଘଟିଥିବାରୁ, ତାଙ୍କ ସହ କୁବେରଙ୍କୁ ମଧ୍ୟ ପୂଜା କରାଯାଏ. ଧନ ତେରସରେ ଲୋକେ ସୁନା ଗହଣା କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି. ଏହାକୁ ନେଇ ଏକ କିଂବଦନ୍ତି ରହିଛି। ଜଣେ ରାଜପୁତ୍ରଙ୍କ ଜନ୍ମ ଜାତକ ଅନୁଯାୟୀ, ଚଉଠି ରାତିରେ ସାପ କାମୁଡ଼ାରେ, ତାଙ୍କର ମୃତ୍ୟୁ ଘଟିବ ବୋଲି ଜ୍ୟୋତିଷୀ ଭବିଷ୍ୟଦ୍‌ବାଣୀ କରିଥିଲେ। ଆଉ ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ବଦ୍ଧ-ପରିକର ଥିଲେ ନବ-ବିବାହିତା ପତ୍ନୀ। ରାଜ-ବଧୂ ଚଉଠି ରାତିରେ ପତିଙ୍କୁ ଶୁଆଇଦେଇ ନ ଥିଲେ। ଶୟନ କକ୍ଷରେ ବହୁ ପରିମାଣର ସୁନା-ରୁପା ଓ ବିଭିନ୍ନ ଦୁର୍ମୂଲ୍ୟ ପ୍ରସ୍ତର ଗଦାକରିବା ସହ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିଥିଲେ। ପରିଣାମସ୍ୱରୂପ ଦଂଶନ କରିବାକୁ ଥିବା ସାପ କିଛି ଦେଖିପାରି ନ ଥିଲା। ସକାଳ ହୁଅନ୍ତେ ସେ ଫେରିଯାଇଥିଲା। ଆଉ ବଞ୍ଚିଯାଇଥିଲା ରାଜପୁତ୍ରଙ୍କ ଜୀବନ। ତେବେ ଘରର ମଙ୍ଗଳ ସହ ପରିବାରରେ ଶାନ୍ତି ପାଇଁ ଏହି ଦିନ ଗ୍ରାହକମାନେ ଘରକୁ ସୁନା ଗହଣା କିଣି ନେଇଛନ୍ତି.
ଚଳିତ ବର୍ଷ  ବିଭିନ୍ନ ଭେରାଇଟିର ସୁନା ଗହଣା ରଖିଛନ୍ତି ବ୍ୟବସାୟୀ. ଏହା ସହ ମେକିଂ ଚାର୍ଜ ଉପରେ ରିହାତି ସହ ଆକର୍ଷଣୀୟ ଅଫର ମାନ ରଖାଯାଇଛି. ଗ୍ରାହକଙ୍କୁ ଆକୃଷ୍ଟି କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଛନ୍ତି ବିଭିନ୍ନ ବ୍ୟବସାୟୀ. ଗ୍ରାହକଙ୍କ ପାଇଁ ସୁନ୍ଦର ସୁନ୍ଦର ସୁନାର କାନ ଫୁଲ, ଗହଣା, ଚୁଡି, ନେକଲେସ ଅଦି ରଖାଯାଇଛି. ଆଉ ସ୍ପେଶାଲ ପ୍ରାଇଜ ମଧ୍ୟ ରଖାଯାଇଛି. ଯେଉଁ ଗ୍ରାହକ ଲକି ଡ୍ରରେ ପାଇବେ ତାଙ୍କୁ ୧କେଜି ରୁପା, ଅଳଙ୍କାର, ସୁନା ମୁଦି ଆଦି ମନଲୋଭାଣିଆ ଅଫର ରଖାଯାଇଛି.
ଧନ ତେରସରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଗ୍ରାହକଙ୍କର, ସମସ୍ତେ ଘରକୁ କିଣି ନେଇଛନ୍ତି ସୁନା. ଆଉ ଏହିଦିନ ସୁନା ଅଳଙ୍କାର କିଣିଲେ ପରିବାରରେ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି.........