Monday 28 November 2016

ଭୁବନେଶ୍ୱର ପଥ ଉତ୍ସବ

ରାହିଗିରି ଗଲା। ଆଉ ଆସିଯାଇଛି ଭୁବନେଶ୍ୱର ପଥ ଉତ୍ସବ। ଜନପଥରେ ନୂଆ ନାଁ ଆଉ ନୂଆ ରୂପରେ ଆସିଥିବା ଏହି ଉତ୍ସବର ମଜା ନେଇଛନ୍ତି ସହରିଆ । ଆଉ ପୂର୍ବ ଟ୍ୟାଗଲାଇନ ପରିବର୍ତ୍ତନ ହୋଇ ଏବେ ହୋଇଛି ଆମ ସହର ଆମ ରାସ୍ତା । ପ୍ରତି ରବିବାର ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ  ହେବେ ଏହି ଉତ୍ସବ।...
ନାଁ ନୂଆ, ଫର୍ମାଟ ପୁରୁଣା। ରବିବାର ଶୀତୁଆ ସକାଳରେ ରାଜଧାନୀର ଜନପଥରେ ପାଳିତ ହୋଇଛି ପଥ ଉତ୍ସବ। ରାମ ମନ୍ଦିର ଛକରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ଜମିଥିଲା ପଥୋତ୍ସବ । ରାସ୍ତାର ଗୋଟିଏ ପାର୍ଶ୍ୱରେ ନାଚ ଗୀତର ଧୁମ ସାଙ୍ଗକୁ ସହରିଆଙ୍କ ଭିଡ ଏବଂ ଆଉ ଗୋଟିଏ ପାର୍ଶ୍ୱରେ ସାଇକେଲ ଚଳାଇବା, ସ୍କେଟିଂ କରିବା ସହ ଖାଲି ପାଦରେ ଚାଲୁଥିଲେ ସହରିଆ। ଯୁବ ପିଢୀଙ୍କ ସାଇକେଲ ଷ୍ଟଣ୍ଟ ବିଶେଷ ଆକର୍ଷଣ ଥିଲା । ଆଉ ନୂଆ ରୂପରେ ଆସିଥିବା ଏହି ପଥ ଉତ୍ସବରେ କଣ୍ଢେଇ ନାଚ, କୁନି କୁନି ପିଲାଙ୍କ ନାଚକୁଦ ବେଶ ନିଆରା ଥିଲା ।  ତାହା ସହ ସ୍ୱଚ୍ଛ ଭାରତ ବାର୍ତ୍ତା, ରକ୍ତଦାନ ଓ ମଦମୁକ୍ତ ଓଡିଶାର ସଚେତନା ବାର୍ତ୍ତା ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ କରାଯାଇଥିଲା ।
ଥତ୍ସୋବର ଶୁଭାରମ୍ଭ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସାଂସଦ ପ୍ରଶନ୍ନ ପାଟ୍ଟଣାଣୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା। ରାହାଗିରି ଅପେକ୍ଷା ଏହି ନୂଆ ନାଁ ପାଇଥିବା ଭୁବନେଶ୍ୱର ପଥ ଉତ୍ସବରେ ଅଧିକ ସଂଖ୍ୟାର ସହରିଆ ଯୋଡି ହେବେ ବୋଲି ଆଶା କରିଛି ବିଏମସି ।

No comments:

Post a Comment