Friday 28 October 2016

ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି || ଧନ ତ୍ରୟୋଦଶୀ ବା ଧନ ତେରସ

ଆଜି ‘ଧନ ତ୍ରୟୋଦଶୀ’ ବା ‘ଧନ ତେରସ’. ସେଥିପାଇଁ ସୁନା ଗହଣା ଦୋକାନରେ ନାହିଁ ନଥିବା ଭିଡ.  ସୁନା ରୁପାର ଦରକୁ ଖାତିର ନକରି ଗ୍ରାହକମାନେ ନିଜ ମନପସନ୍ଦର ସୁନା ଗହଣା କିଣି ନେଉଛନ୍ତି. ଏହି ଦିନ ସୁନା ଅଳଙ୍କାର କିଣିଲେ ଧନଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଆଉ ପରିବାରରେ ସୁଖଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି. ସେଥିପାଇଁ ସମସ୍ତେ ବର୍ଷକରେ ଥରେ ହେଉପଛେ ଏହିଦିନ ସୁନା ଗହଣା କିଣିଥାନ୍ତି. ସେପଟେ ଗ୍ରାହକଙ୍କ ଆବଶ୍ୟକତାକୁ ଲକ୍ଷରଖି ସୁନାଗହଣା ବ୍ୟବସାୟୀମାନେ ବିଭିନ୍ନ ଭେରାଇଟିର ଗହଣା ସହ ଅଫରମାନ ରଖିଛନ୍ତି.
ଦେବ-ଚିକିତ୍ସକ ତଥା ଆୟୁର୍ବେଦର ସ୍ରଷ୍ଟା ଧନ୍ଵନ୍ତରିଙ୍କୁ ଆଜିର ଦିନରେ ପୂଜା କରାଯାଏ. ପୁଣି, ସାଗର ମନ୍ଥନ ବେଳେ ଏହି ଦିନରେ ଲକ୍ଷ୍ମୀଙ୍କ ଆବିର୍ଭାବ ଘଟିଥିବାରୁ, ତାଙ୍କ ସହ କୁବେରଙ୍କୁ ମଧ୍ୟ ପୂଜା କରାଯାଏ. ଧନ ତେରସରେ ଲୋକେ ସୁନା ଗହଣା କିଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି. ଏହାକୁ ନେଇ ଏକ କିଂବଦନ୍ତି ରହିଛି। ଜଣେ ରାଜପୁତ୍ରଙ୍କ ଜନ୍ମ ଜାତକ ଅନୁଯାୟୀ, ଚଉଠି ରାତିରେ ସାପ କାମୁଡ଼ାରେ, ତାଙ୍କର ମୃତ୍ୟୁ ଘଟିବ ବୋଲି ଜ୍ୟୋତିଷୀ ଭବିଷ୍ୟଦ୍‌ବାଣୀ କରିଥିଲେ। ଆଉ ତାଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବା ପାଇଁ ବଦ୍ଧ-ପରିକର ଥିଲେ ନବ-ବିବାହିତା ପତ୍ନୀ। ରାଜ-ବଧୂ ଚଉଠି ରାତିରେ ପତିଙ୍କୁ ଶୁଆଇଦେଇ ନ ଥିଲେ। ଶୟନ କକ୍ଷରେ ବହୁ ପରିମାଣର ସୁନା-ରୁପା ଓ ବିଭିନ୍ନ ଦୁର୍ମୂଲ୍ୟ ପ୍ରସ୍ତର ଗଦାକରିବା ସହ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରିଥିଲେ। ପରିଣାମସ୍ୱରୂପ ଦଂଶନ କରିବାକୁ ଥିବା ସାପ କିଛି ଦେଖିପାରି ନ ଥିଲା। ସକାଳ ହୁଅନ୍ତେ ସେ ଫେରିଯାଇଥିଲା। ଆଉ ବଞ୍ଚିଯାଇଥିଲା ରାଜପୁତ୍ରଙ୍କ ଜୀବନ। ତେବେ ଘରର ମଙ୍ଗଳ ସହ ପରିବାରରେ ଶାନ୍ତି ପାଇଁ ଏହି ଦିନ ଗ୍ରାହକମାନେ ଘରକୁ ସୁନା ଗହଣା କିଣି ନେଇଛନ୍ତି.
ଚଳିତ ବର୍ଷ  ବିଭିନ୍ନ ଭେରାଇଟିର ସୁନା ଗହଣା ରଖିଛନ୍ତି ବ୍ୟବସାୟୀ. ଏହା ସହ ମେକିଂ ଚାର୍ଜ ଉପରେ ରିହାତି ସହ ଆକର୍ଷଣୀୟ ଅଫର ମାନ ରଖାଯାଇଛି. ଗ୍ରାହକଙ୍କୁ ଆକୃଷ୍ଟି କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିଛନ୍ତି ବିଭିନ୍ନ ବ୍ୟବସାୟୀ. ଗ୍ରାହକଙ୍କ ପାଇଁ ସୁନ୍ଦର ସୁନ୍ଦର ସୁନାର କାନ ଫୁଲ, ଗହଣା, ଚୁଡି, ନେକଲେସ ଅଦି ରଖାଯାଇଛି. ଆଉ ସ୍ପେଶାଲ ପ୍ରାଇଜ ମଧ୍ୟ ରଖାଯାଇଛି. ଯେଉଁ ଗ୍ରାହକ ଲକି ଡ୍ରରେ ପାଇବେ ତାଙ୍କୁ ୧କେଜି ରୁପା, ଅଳଙ୍କାର, ସୁନା ମୁଦି ଆଦି ମନଲୋଭାଣିଆ ଅଫର ରଖାଯାଇଛି.
ଧନ ତେରସରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା ଗ୍ରାହକଙ୍କର, ସମସ୍ତେ ଘରକୁ କିଣି ନେଇଛନ୍ତି ସୁନା. ଆଉ ଏହିଦିନ ସୁନା ଅଳଙ୍କାର କିଣିଲେ ପରିବାରରେ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି.........

No comments:

Post a Comment