Friday 14 October 2016

LAXMI PUJA ମା ଗଜଲକ୍ଷ୍ମୀଙ୍କ ପୂଜା

ରାତି ପାହିଲେ ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା. ଜଗତଜନନୀ ମା ଦୁର୍ଗାଙ୍କ ମେଲାଣି ପରେ ପୁଣି ଧରାବତରଣ କରିବେ ମା ଲକ୍ଷ୍ମୀ . ସେଥିପାଇଁ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି . କେଉଁଠି ତ୍ୱରଣ କାମ ଚାଲିଛି ତ ଆଉ କେଉଁଠି ଦେବୀ ମାଙ୍କ ପ୍ରତିମାରେ ରଙ୍ଗ ଦିଆଯାଉଛି . ଆସନ୍ତୁ ଦେଖିବା ରାଜଧାନୀର  ପ୍ରମୁଖ ମହାଲକ୍ଷ୍ମୀ ପୂଜା ମଣ୍ଡପ ଗୁଡିକରେ କିଭଳି ଚାଲିଛି ଶେଷ ପ୍ରସ୍ତୁତି . ଧରାପୃଷ୍ଠକୁ ଆସିବେ ଧନଦାତ୍ରୀ ମା ଲକ୍ଷ୍ମୀ. ମାଙ୍କ ଆଗମନ ପାଇଁ ରାଜଧାନୀର ସବୁ ପୂଜା ମଣ୍ଡପରେ ଚାଲିଛି ଜୋରଦାର ପ୍ରସ୍ତୁତି . ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ-୯ ଗଜଲକ୍ଷ୍ମୀ ସାଂସ୍କୃତିକ ସମିତି ପକ୍ଷରୁ ହେଉଥିବା ପଞ୍ଜାବର ଗୋଲଡେନ ଟେମ୍ପୁଲରେ ବିରାଜିବେ ମାଲକ୍ଷ୍ମୀ . ସେଥିପାଇଁ  ମୂର୍ତ୍ତିକାରିଗର ଓ ତୋରଣ କାରିଗର ମାନେ ନିଜନିଜର କାମ ଶେଷ କରିବାକୁ ଲାଗିପଡିଛନ୍ତି . ଗୋଟିଏ ପଟେ ମୂର୍ତ୍ତି କାରିଗର ମାଙ୍କୁ ରଙ୍ଗ ଦେଉଥିବା ବେଳେ ଅନ୍ୟପଟେ ତୋରଣ କାରିଗରମାନେ ତୋରଣକୁ ସଜାଇବାରେ ବ୍ୟସ୍ତ. ଚଳିତ ବର୍ଷ ପୂଜା ପାଇଁ ସମିତି ପକ୍ଷରୁ ୧୦ରୁ ୧୨ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି. ଏହି ପୂଜା ମଣ୍ଡପରେ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମାଙ୍କୁ ପୂଜା କରାଯିବ . ମାଙ୍କ ନିକଟରେ ପ୍ରତିଦିନ ଖେଚୁଡି ଭୋଗ ଲଗାଯାଇ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟାଯିବ. ଏହାସହ ଦର୍ଶକମାନେ ମଜାନେବା ପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କରାଯ୍ୟକ୍ରମର ଆୟୋଜନ କରାଯାଇଛି.
ସେହିଭଳି ବାପୁଜୀ ନଗର ପୂଜା ମଣ୍ଡପରେ ମା ଲକ୍ଷ୍ମୀ ନୂଆଦିଲ୍ଲୀର ଲୋଟସ ଟେମ୍ପୁଲରେ ଝଲସିବେ . ଅଖା ଓ କାଉଁରିଆ କାଠିରେ ତିଆରି ହେଉଛି ୫୦ ଫୁଟ ଉଚ୍ଚର ଏହି ତୋରଣ. ଆଉ ତୋରଣର କାମ ୮୦ ପ୍ରତିଶତ ସରିଲାଣି. ବାକି କାମ ସାରିବା ପାଇଁ କାରୀଗର ଏବେ ବ୍ୟସ୍ତ . ମୂର୍ତ୍ତିକାରିଗର ମଧ୍ୟ ମାଙ୍କୁ ରଙ୍ଗ ଦେଉଛି . ତେବେ ଚଳିତ ବର୍ଷ ଏହି ପୂଜା ମଣ୍ଡପରେ ଐଶ୍ୱର୍ଯ୍ୟ କଳସ ପୂଜା ପ୍ରମୁଖ ଆକର୍ଷଣ ସାଜିବ. ପୂଜାକୁ ସମ୍ପାଦନ କରିବା ପାଇଁ କମିଟି ପକ୍ଷରୁ ୧୦ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି . ସେପଟେ ୟୁନିଟ-୯ ଫ୍ରେଣ୍ଡସ କ୍ଲବ ପକ୍ଷରୁ କରାଯାଉଥିବା ଏକ କାଳ୍ପନିକ ତୋରଣର ଭିତରେ ମାଙ୍କୁ ଦେଖିବାକୁ ପାଇବେ ସହରିଆ . ସୋଲ ଓ ଝୋଟରେ ତିଆରି ହୋଇଥିବା ବିଭିନ୍ନ ଡିଜାଇନକୁ ନେଇ ଏହି ତୋରଣ ସଜାଯାଉଛି . ଏହାସହ ରୂପାର ଅଳଙ୍କାରରେ ଶୋଭାମଣ୍ଡିତ ହେବେ ମହାଲକ୍ଷ୍ମୀ . ଆଉ ଶ୍ରଦ୍ଧାଳୁମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ କ୍ଲବ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି .

No comments:

Post a Comment