Thursday 13 October 2016

Dandia Night At Bhubaneswar

ଦାଣ୍ଡିଆ ନୃତ୍ୟରେ ନାଚିଲେ ରାଜଧାନୀବାସୀ . ଓଡିଶାରେ ଦିନକୁ ଦିନ ବଢିବାରେ ଚାଲିଛି ଏହାର ଆଦର . ସନ୍ଧ୍ୟା ହେଲେ ଜମୁଛି ଭିଡ . ଧରାପୃଷ୍ଟରେ ମାଙ୍କର ଆବିର୍ଭାବକୁ ସ୍ୱାଗତ କରିବା ପାଇଁ ନବରାତ୍ରି ଉପଲକ୍ଷେ ଚାଲିଛି ଦାଣ୍ଡିଆ ନାଇଟ୍ .
ରାଜଧାନୀରେ ଦାଣ୍ଡିଆ କ୍ରେଜ୍ . ଯୁବପୀଢିଙ୍କ ମଧ୍ୟରେ ନିଆରା ମଜା . ମା ଦୂର୍ଗାଙ୍କ ଆରଧନା ପୂର୍ବକ ପୂର୍ବରୁ ଏହି ଦାଣ୍ଡିଆ ନୃତ୍ୟ ନବରାତ୍ରିରେ ହୋଇଥାଏ . ବର୍ତ୍ତମାନ ଏହାର କ୍ରେଜ୍ ଓଡିଶାରେ ଦେଖିବା ପାଇଁ ମିଳୁଛି . ପୂର୍ବରୁ ଗୋଟେ ୨ ଟା ଯାଗାରେ ହେଉଥିବା ବେଳେ ବର୍ତ୍ତମାନ ରାଜଧାନୀର ୫ରୁ ଅଧିକ ଯାଗାରେ ଦେଖିବା ପାଇଁ ମିଳୁଛି . ତେବେ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଦେଖିବାପାଇଁ ମିଳିଛି ଏହାର ଦୃଶ୍ୟ . ମା ଙ୍କର ଆବିର୍ଭାବରେ ଧରାପୃଷ୍ଠରେ ଯେପରି ଏକ ଭକ୍ତିପୂତ ପରିବେଷ ସୃଷ୍ଟି ହୋଇଥାଏ ସେହିପରି ଦୂର୍ଗାପୂଜା ଆସିଲେ ମନେ ପଡିଯାଏ ଦାଣ୍ଡିଆ ନୃତ୍ୟର .
ନୂଆ ପୂରୁଣା ହିନ୍ଦି ଗୀତ . ଆଉ ହାତରେ ଥାଏ ଦାଣ୍ଡିଆର  ବାଡି . ସମସ୍ତଙ୍କ ମନରେ ନାଚିବାର ମାହୋଲ . ଆଉ ରଙ୍ଗବେରଙ୍ଗ ଆଲୁଅରେ ନାଚି ଉଠିଥିଲେ ପିଲା ଠୁ ଯୁବକ ଯୁବତୀ . କିଏ ନାଚି ନାଚି ଥକି ଯାଉଥାନ୍ତିତ ଆଉ କିଏ ଫୁଲ ମସୁଗୁଲ୍ ନାଚରେ . ଯେପରି ଲାଗୁଥିଲା ଏକ ନୃତ୍ୟର ସମାହାର . ତେବେ ଓଡିଶାରେ ଦିନକୁ ଦିନ ଏହାର ଚାହିଦା ବଢି ଚାଲିଛି .

No comments:

Post a Comment