Friday 14 October 2016

ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ 12.10.16

ଆଜି ମହାନ ଗାୟକ ଅକ୍ଷୟ ମହାନ୍ତିଙ୍କ ଜନ୍ମ ଜୟନ୍ତୀ. ଏହି ଅବସରରେ ଭୁବନେଶ୍ୱର ଏକାମ୍ର ପାର୍କ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରାଯାଇଛି . ଭୁବନେଶ୍ୱର ଅକ୍ଷୟ ମହାନ୍ତି ଫାଉଣ୍ଡେସନ ପକ୍ଷରୁ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ଓଡିଆ ସଂଗୀତ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ରୂପେ ପରିଚିତ ଥିଲା ଅକ୍ଷୟ ମହାନ୍ତି. ୧୨ ଅକ୍ଟୋବର ୧୯୩୨ ମସିହାରେ ଜନ୍ମ ନେଇଥିବା ଏହି ମହାନ ଗାୟକ ଆଧୁନିକ ଓଡିଆ ସଂଗୀତ ଇତିହାସରେ ଏକ ବିପ୍ଲବ ଆଣିଥିଲେ. ଆଉ ଅକ୍ଷୟ ମହାନ୍ତି ଖୋକା ଭାଇ ନାମରେ ଘରେ ଘରେ ପରିଚିତ ହୋଇଥିଲେ. କେବଳ ସଂଗୀତ ରଚନା କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ନେଇ ସେ ଗୀତ ରଚନା କରୁନଥିଲେ. ଓଡିଶାର ପାଣି, ପବନ, ଇତିହାସ, ପର୍ବ ପର୍ବାଣୀକୁ ନେଇ ଅନେକ ସଂଗୀତ ରଚନା କରିଛନ୍ତି. ତେବେ ଆଜିବି ସଂଗୀତ ପ୍ରେମୀମାନେ ଅକ୍ଷୟ ମହାନ୍ତିଙ୍କୁ ମନେ ପକାଇ ତାଙ୍କର ସ୍ମୃତିଚାରଣ କରୁଛନ୍ତି .

No comments:

Post a Comment