Thursday 20 October 2016

Boycotting Chinese Goods During Diwali ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ

ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ

ଦେଶ ତଥା ରାଜ୍ୟ ସାରା ଚାଇନା ସାମଗ୍ରୀ ବର୍ଜନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି . ଦୀପାବଳୀ ପର୍ବରେ ଭାରତରେ ବହୁଳ ପରିମାଣରେ ଅର୍ଥ ରୋଜଗାର କରୁଛି ଚାଇନା .ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚାଇନା ସାମଗ୍ରୀ ବର୍ଜନ ଲାଗି ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି . ହେଲେ ମାର୍କେଟରେ ବିଭିନ୍ନ ଆକର୍ଷଣୀୟ ଏଲଇଡି ଲାଇଟ , ଡିସକୋ , ସାର୍ଫି ଭଳି ଅନେକ ଚାଇନା ଲାଇଟ ବିକ୍ରି ହେଉଛି . ଯେଉଥିନେଇଁ ଭାରତ ନିର୍ମିତ ଲାଇଟର ଅଭାବ ଯୋଗୁଁ  ବ୍ୟବସାୟୀ ଏବଂ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି  ଚାଇନା ଲାଇଟ୍ . ଆସନ୍ତୁ ଦେଖିବା ଏହି ରିପୋଟ୍.ଦୀପାବଳୀ ପର୍ବରେ ବ୍ୟାନ୍ ହେଉ ଚାଇନା ସାମଗ୍ରୀ . ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦେଶତମାମ୍ ଲୋକଙ୍କୁ ସଚେତନତା ବାର୍ତ୍ତା ପହଞ୍ଛାଯାଉଛି . ହେଲେ ବାସ୍ତବ ସ୍ଥିତିରେ ଚାଇନା ସାମଗ୍ରୀ ବ୍ୟାନକୁ ନେଇ ଭୁବନେଶ୍ୱର ବାସୀ ଭିନ୍ନ ଭିନ୍ନ ମତ ରଖିଛନ୍ତି . ପାଖେଇ ଆସୁଥିବା ଆଲୋକର ପର୍ବ ଦୀପାବଳୀକୁ ନେଇ ଉତ୍ସାହିତ ରହିଛନ୍ତି ଲୋକେ . ଘରକୁ ଆଲୋକମାଳାରେ ସଜାଇବାକୁ ମାର୍କେଟରୁ ବିଭିନ୍ନ ଆକର୍ଷଣୀୟ ଏଲଇଡି ଲାଇଟ୍ କିଣିବା ଆରମ୍ଭ କରିଦେଲେଣି . ହେଲେ ବଜାରରେ ମାଡିବସିଛି ଚାଇନା ସାମଗ୍ରୀ . ଭଳିକି ଭଳିକି ରଙ୍ଗର ଏଲଇଡି ଲାଇଟ୍ , ଟ୍ରି ଡେକୋରେଟ୍ , ସାର୍ଫି , ଡିସକୋ ଲାଇଟ୍ , ଡ୍ୟାନ୍ସିଂ ଫ୍ଲାଓ୍ୱାର୍ ଲାଇଟ୍ ବିକ୍ରି ହେଉଛି .  ମାର୍କେଟରେ ମେଡ୍ ଇନ୍ ଇଣ୍ଡିଆ ଲାଇଟର ଅଭାବ ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ .
ହେଲେ ଦେଶରେ ଲାଗିରହିଥିବା ଆତଙ୍କବାଦୀଙ୍କ ସମର୍ଥନରେ ଚାଇନା ହସ୍ତକ୍ଷେପକୁ କରୁଥିବାରୁ ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ନିଷ୍ପତି ମଧ୍ୟ ନେଉଥିବା କିଛି ବ୍ୟବସାୟୀ କହୁଛନ୍ତି . ବ୍ୟବସାୟୀମାନେ ଚାଇନା ଲାଇଟ୍ ବିକ୍ରିକରିବାକୁ ପସନ୍ଦ କରୁନଥିବାବେଳେ ବିକଳ୍ପ ନଥିବାରୁ ଏହା କରିବାକୁ ବାଧ୍ୟ ହେଉଛନ୍ତି .

No comments:

Post a Comment