Thursday 13 October 2016

ମା ଦୁର୍ଗାଙ୍କ ମହାନବମୀ ପୂଜା

ଜଗତଜନନୀ ମା ଦୁର୍ଗାଙ୍କ ଧରାବତରଣରେ ଉତ୍ସବମୁଖର ହୋଇଛି ସହରଠୁ ଗାଁ . ଆଜି ମହାମାୟୀ ମା ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହେଉଛି . ମା’ଙ୍କର କୁଆଁରୀ ପୂଜା ଏହି ନବମୀ ପୂଜାରେ ବିଶେଷତ୍ୱ ଥାଏ . ତେବେ ରାଜଧାନୀ ଭୁବନଶ୍ୱରରେ ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ଚାଲିଛି ଜଗତ ଜନନୀ ମାଙ୍କ ପୂଜା . ସବୁଠି ଦେବୀମାଙ୍କ ପ୍ରତି ମୂର୍ତ୍ତି ସାଙ୍ଗକୁ ନୂଆ ନୂଆ ଢଙ୍ଗରେ ତିଆରି ହୋଇଥିବା ସୁଉଚ୍ଚ ତୋରଣ ଓ ଆଲୋକମାଳାରେ ସାରା ସହର ଝଲସୁଛି  .
ମହାମାୟୀ ମା ଦୁର୍ଗାଙ୍କ ମହାନବମୀ ପୂଜା . ବାଜୁଛି ମହୁରି ବାଜୁଛି ଢୋଲ. ବ୍ରାହ୍ମଣଙ୍କର ବେଦମନ୍ତ୍ର ପାଠରେ ପ୍ରକମ୍ପିତ ହେଉଛି ସାରା ସହର .  ଏହି ଶାରଦୀୟ ପୂଜାରେ ଚଳିତ ବର୍ଷ ଭୁବନେଶ୍ୱର ଷ୍ଟେସନ ବଜାରରେ ମା ଦୁର୍ଗା ବାହୁବଳି ପ୍ୟାଲେସ ଭିତରେ ପୂଜା ପାଉଛନ୍ତି. ଆଉ ତୋରଣରେ ବାହୁବଳିର ଝଲକ ବେଶ ମନରମୋ ହୋଇଛି . ତାହାସହ ମଣ୍ଡପ ଭିତରେ ଆଲୋକମାଳାରେ ଚୋଉଷଠୀ ଯୋଗୀନିଙ୍କ ଦୃଶ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି. ୧୯୫୫ ମସିହାରୁ ଏହି ମଣ୍ଡପରେ ମା ପୂଜା ପାଇଆସୁଛନ୍ତି. ଏବର୍ଷ ଜଗତଜନନୀମାଙ୍କୁ ସଜାଇବା ପାଇଁ  ପୂଜା କମିଟି ପକ୍ଷରୁ ୨ କ୍ୱୁଣ୍ଟାଲ ରୂପାରେ ମେଢ କରାଯାଇଥିବା ବେଳେ ୭ଶହ ୫୦ଗ୍ରାମ ସୁନାରେ ମାଙ୍କୁ ସଜାଯାଇଛି. ବିଶ୍ୱର ମଙ୍ଗଳକାମନା କରିବା ସହ ନିଜ ପରିବାରର ମଙ୍ଗଳ କାମନା ପାଇଁ ସଭିଏଁ ମାଙ୍କୁ ପ୍ରାର୍ଥନା କରିଛନ୍ତି.  ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି .      
ଚଳିତ ବର୍ଷ ସହୀଦନଗର ଦୁର୍ଗାପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଗୁଜୁରାଟର ରାମନାରାୟଣ ଟେମ୍ପୁଲ . ଆଉ ଏହାରି ଭିତରେ ପୂଜା ପାଉଛନ୍ତି ଦୁର୍ଗତି ନାଶିନୀ ମା’ ଦୁର୍ଗା . ଘଣ୍ଟ ଘଣ୍ଟା ବାଦ୍ୟ ସହ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ୱନୀରେ ମାଙ୍କ ଆଗମରେ ଧରାପୃଷ୍ଠରେ ସୃଷ୍ଟି ହୋଇଛି ଏକ ଭକ୍ତିମୟ ପରିବେଶ . ଚଳିତ ବର୍ଷ ପୂଜାରେ କମିଟି ପକ୍ଷରୁ ଅଢେଇ କ୍ୱୁଣ୍ଟାଲ ଚାନ୍ଦିରେ ତିଆରି ହୋଇଥିବା ମେଢ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି . ସକାଳୁ ରାତି ପର୍ଯ୍ୟନ୍ତ ପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କର ଭିଡ ଜମୁଛି. ସୋମବାର ସକାଳୁ ମାଙ୍କର ନବମୀ ପୂଜାରେ ମଙ୍ଗଳ ଆଳତୀ, ଷୋଡଶ ଉପଚାର ପୂଜା କରାଯାଇଥିବା ବେଳେ ରାତିରେ ଲଳିତା ଶହଶ୍ର ନାମ ପାଠ କରାଯିବ. ଏହାସହ ନବମୀ ପୂଜା ମାଙ୍କୁ ପଣା ନିବେଦନ କରାଯାଇ ଯଥାରିତୀରେ ପୂଜା ଅନୁଷ୍ଠିତ ହେବ. ଏଥର ଦଶହରାରେ ସହରିଆ ଲେଜର ସୋ ସାଙ୍ଗକୁ ବିନା ବାରୁଦ ଓ ନିଆଁରେ ହୋଇଥିବା ରାବଣର ଦୃଶ୍ୟ ଦେଖିବାକୁ ପାଇବେ.       

No comments:

Post a Comment