Monday 10 October 2016


ତୋର ଦିନେକୁ ମୋର ଦିନେ 

ପବିତ୍ର ଦୁର୍ଗାପୂଜାରେ ଆଜି ବଡ ପରଦାକୁ ଆସିଛି ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ । ସାର୍ଥକ ବ୍ୟାନରରେ ନିର୍ମିତ ୧୯ ତମ ଏହି ଫିଲ୍ମଟିରେ ଦର୍ଶକେ ଏକାଥରେ ୨ଦୁଇ ଜଣ ହିରୋ ହିରୋଇନିଙ୍କୁ ଦେଖିବାର ମଜା ଉଠେଇଛନ୍ତି । କାହାଣୀ କହିଲେ ଛୋଟ ବେଳର ୨ ଅନ୍ତରଙ୍ଗ ବନ୍ଧୁଙ୍କ ମଧ୍ୟରେ ସମୟ କ୍ରମେ ଶତୃତା ଦେଖା ଦେଇଛି । ବଡ ହୋଇ ଜଣେ ପୋଲିସ ଅଫିସର ଆଉ ଜଣେ ଗ୍ୟାଙ୍ଗଷ୍ଟାର ହୋଇ ଉଭୟ ଉଭୟଙ୍କ ବନ୍ଧୁକ ଉଠେଇଛନ୍ତି । ତେବେ ରୋମାଣ୍ଟିକ, ଆକ୍ସନ, କମେଡି ଭରପୁର ରହିଥିବାରୁ ଫିଲ୍ମର ସଫଳତା ନେଇ ପୁରା ୟୁନିଟ ଆଶାବାଦୀ.................
ଦଶହରାର ମାହୋଲ ଭିତରେ ଓଲିଉଡ ପ୍ରେମୀଙ୍କୁ ଓଡିଆ ଫିଲ୍ମ ‘ ତୋର ଦିନେକୁ ମୋର ଦିନେ ’ ଭେଟି ଦେଇଛି ସାର୍ଥକ ବ୍ୟାନର । ଆଜି ପବିତ୍ର ମହାସପ୍ତମୀ ଅବସରରେ ରାଜ୍ୟର ବିଭିନ୍ନ ହଲ ସମେତ କଟକ ସମ୍ରାଟ ହଲ୍‌ରେ ରିଲିଜ ହୋଇଛି ଏହି ଫିଲ୍ମ । ବିଶେଷକରି ଫିଲ୍ମଟରେ ଅରିନ୍ଦମ-ଶୀତଲ ଓ ଅମ୍ଲାନ-ରିୟାଙ୍କ ଯୋଡି ଦର୍ଶକଙ୍କୁ ବେଶ ଆକୃଷ୍ଟ କରି ପାରିଛି ।  ପିଲ୍ମଟିକୁ ଦେଖିବାକୁ ହଲ ବାହାରେ ଯେମିତି ଭିତରେ ବି ସେମିତି ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଖଚାଖଚ ଭିଡ । ଅରିନ୍ଦମ ଓ ଅମ୍ଳାନଙ୍କ ଛୋଟ ବେଳର ବନ୍ଧୁତା କାଳକ୍ରମେ ଶତୃତାର ରୂପ ନେଇ ଉଭୟ ଉଭୟଙ୍କ ଉପରକୁ ବନ୍ଧୁକ ଉଠେଇବା ପର୍ଯ୍ୟନ୍ତ ଯାଇଛି । ତେବେ ଏଭଳି ଏକ ଭିନ୍ନ ଫିଲ୍ମରି ସଫଳତା ନେଇ ଏହି ୨ ଯୋଡି ଖୁବ ଆଶାବାଦୀ.............
ଚଳଚ୍ଚିତ୍ର ‘ ତୋର ଦିନେକୁ ମୋର ଦିନେ ’ରେ ୨ ସାଙ୍ଗଙ୍କ ବନ୍ଧୁତାରୁ ଶତୃତା ପର୍ଯ୍ୟନ୍ତ ଯାଇଥିଲେ ବି ଅରିନ୍ଦମଙ୍କ ଭଉଣୀ ରିୟାଙ୍କ ପ୍ରେମରେ ପଡିଯାଇଛନ୍ତି ଅଭିନେତା ଅମ୍ଳାନ । ଯାହା ଫିଲ୍ମଟିକୁ ଅଧିକ ରୋଚକ କରିଛି । ତେବେ ମଳୟ ମିଶ୍ରଙ୍କ ନିର୍ଦ୍ଦେଶନାରେ ୬ଟି ଗୀତ ରହିଥିବା ବେଳେ ‘ ତୋର ଦିନେକୁ ମୋର ଦିନେ ’ ଟାଇଟଲ ଗୀତଟି ଦର୍ଶକଙ୍କୁ ବେସ ଆକୃଷ୍ଟ କରିବ ବୋଲି କହିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ । ଏପଟେ ପୁରା ଫିଲ୍ମଟି ଓଡିଶା ସମେତ ରାମୋଜୀ ଫିଲ୍ମ ସିଟିରେ ସୁଟିଂ କରାଯାଇଥିବା ବେଳେ ଦଶହରାରେ ଓଲିଉଡ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି କହିଛନ୍ତି ନିର୍ଦ୍ଦେଶକ.........
ପୂଜା ବଜାରରେ ଏହି ଫିଲ୍ମଟି ବକ୍ସ ଅଫିସରେ ପହଞ୍ଚିବ ବୋଲି ଦୃଢୋକ୍ତି କରିଛି ସାର୍ଥକ ବ୍ୟାନର.........
ଭିଡିଓଜର୍ଣ୍ଣାଲିଷ୍ଟ ପୃଥ୍ୱୀରାଜ ମହାପାତ୍ରୀଙ୍କ ସହ କଟକରୁ କମଳାକାନ୍ତ ପାଲ୍‌, ଏମ୍‌.ବି.ସି ନ୍ୟୁଜ୍‌..... ।

No comments:

Post a Comment