Thursday 13 October 2016

କଟକ ମହାନଦୀ ଗଡଗଡିଆ ପଠା ରେ ବେଶ୍‌ ଧୁମ୍‌ଧାମ୍‌ ରେ ଅନୁଷ୍ଠିତ ହୋଇଯାଇଛି ରାବଣପୋଡି ଉତ୍ସବ

କଟକ ମହାନଦୀ ଗଡଗଡିଆ ପଠା ରେ  ବେଶ୍‌ ଧୁମ୍‌ଧାମ୍‌ ରେ ଅନୁଷ୍ଠିତ ହୋଇଯାଇଛି ରାବଣପୋଡି ଉତ୍ସବ । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ରାବଣ ପୋଡି ଉତ୍ସବକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସର ରେ ରଂଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ,ଆକର୍ଷଣୀୟ ଆତସବାଜୀ ଓ ବନାଟି ଖେଳ ଲୋକଙ୍କୁ ମନୋରଞ୍ଜନ ର ଭରପୁର ଖୋରାକ୍‌ ଯୋଗାଇଥିଲା ।
ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ସ୍ୱରୂପ ପାଳନ କରାଯାଇଥାଏ ରାବଣ ପୋଡି । ବିଜୟା ଦଶମୀ ହେଉଛି ଏହାର ପ୍ରତୀକ । ଦଶମୀ ଅବସର ରେ କଟକ ଗଡଗଡିଆ ପଠା ରେ ଆୟୋଜନ ହୋଇଥିଲା ରାବଣ ପୋଡି ଉତ୍ସବ । ପ୍ରାୟ ୨୦ହଜାର ରୁ ଉର୍ଦ୍ଧ ଦର୍ଶକଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା ରଙ୍ଗାରଙ୍ଗ୍‌ ସାଂସ୍କୃତିକ କାର୍ଯ୍ୟକ୍ରମରୁ । ବର୍ଷିଆନ୍‌ ଗାୟକ ଶ୍ରୀକାନ୍ତ ଦାସ, ଓଲିଉଡ୍‌ ର ଅନ୍ୟତମ ସୁନାମଧନ୍ୟ ଗାୟକ ଅଭିଜିତ୍‌ ମଜୁମ୍‌ଦାର,ଗାୟିକ ସତ୍ୟଜିତ୍‌ ପ୍ରମୁଖଙ୍କ ପରିବେଷିତ ଓଡିଆ ଏବଂ ହିନ୍ଦୀ ଫିଲ୍ମ ଗୀତ ର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ ।ଏହାଛଡା ଆଧୁନିକ ଏବଂ ପାରଂପାରିକ ନୃତ୍ୟ ମଧ୍ୟ ଏହି ମଞ୍ଚରେ ପରିବେଷଣ କରାଯାଇଥିଲା ।
ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି ରାବଣ ପୋଡି ଉତ୍ସବ ଅବସର ରେ କେବଳ ସାଂସ୍କତିକ କାର୍ଯ୍ୟକ୍ରମ ନୁହେଁ ଆକର୍ଷଣୀୟ ଆତସବାଜୀ ଓ ବନାଟି ଖେଳ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ଅବସର ରେ କେତେଜଣ ବିଶେଷ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାତି ୧୨ଟା ସମୟରେ ରାବଣ ରେ ଅଗ୍ନି ସଂଯୋଗ କରାଯାଇଥିଲା । ଆଗକୁ ମଧ୍ୟ ରାବଣ ପୋଡି  କାର୍ଯ୍ୟକ୍ରମ କୁ ବେଶ୍‌ ଆକର୍ଷଣୀୟ କରାଯିବ । ତେବେ ପ୍ରଦୂଷଣ ଏବଂ ସୁରକ୍ଷା ବାବଦରେ ସବୁବେଳେ ଏଠାରେ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଆୟୋଜକ
ଏହି କାର୍ଯ୍ୟକ୍ରମ ରେ ଅତିଥିରୂପେ ବିଧାୟକ ପ୍ରଭାତ ତ୍ରିପାଠୀ,ପ୍ରଭାତ ରଞ୍ଜନ ବିଶ୍ୱାଳ,ଦେବାଶିଷ ସାମନ୍ତରାୟ,ମେୟର ମୀନାକ୍ଷୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

No comments:

Post a Comment