Thursday 13 October 2016

ମା’ ମାଣିକେଶ୍ୱରୀଙ୍କ ଛତର୍ ଯାତ୍ରା

କଲାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଛତର୍ ଯାତ୍ରା ଆରମ୍ଭ ହୋଇଯାଇଛି. କଳାହାଣ୍ତିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ . ଏହି ଦିନ ମାଙ୍କର ସନ୍ଧିପୂଜା ଓ ପାର୍ଶ୍ୱରେ ଥିବା ବୁଢାରାଜା ମନ୍ଦିରରେ ତନ୍ତ୍ର ମନ୍ତ୍ରରେ ପୂଜା ପରେ ଗୁପ୍ତରେ ଦେବୀଙ୍କ ଛତ୍ରକୁ ସହରରେ ଉପକଣ୍ଠରେ ଥିବା ଜେନା ଖାଲକୁ ନିଆୟାଇଥାଏ. ସେଠାରୁ ପୁଜାର୍ଚ୍ଚନା କରିବା ପରେ ମାଁଙ୍କ ଛତର ଯାତ୍ରା ଆରମ୍ଭ ହୋଇଥାଏ

ଆଶ୍ୱୀନ ମାସ ମହାଷ୍ଟମୀରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆଯୋଜିତ ହୋଇଯାଇଛି . ଏହି ଦିନରେ ମାଁଙ୍କୁ ମସ୍ତକରେ ସ୍ଥାପନା କରିବା ବିଧି ରହିଛି . ମହାଷ୍ଟମି ରାତିରେ ଗୁପ୍ତପୂଜା ଓ ମା’ଙ୍କ ପୀଠରେ ଅଷ୍ଟବଳି ପଡ଼ିବା ପରେ ମନ୍ଦିର ବେଢ଼ାରେ ଥିବା ମହାକାଳ ଭୈରବଙ୍କ ପାଖରେ ପୋଢ଼ବଳି ଦିଆଯିବା ପରେ ମା’ଙ୍କ ଛତରକୁ ଭବାନୀପାଟଣା ସହରର ଉପକଣ୍ଠରେ ଥିବା ଜେନାଖାଲକୁ ନିଆଯାଇଥାଏ . ସେଠାରେ ନବମୀ ପ୍ରାତଃ କାଳରେ ପାରମ୍ପରିକ ଗୁପ୍ତ ପୁଜା ପରେ ମାଁଙ୍କ ଛତରଟି ଶୋଭାଯାତ୍ରାରେ ବାହରି ରାଜବାଟିରେ ଥିବା ମାଣିକେଶ୍ୱରୀ ମନ୍ଦିରରେ ପହଂଚିଥାଏ .
ମାଁ ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ସମୟରେ ଭବାନୀପାଟଣା ସହର ଘୁମୁରା,ଡୋଲ,ଘଣ୍ଟର ଓ ହୁଳହୁଳି ଶବ୍ଦରେ ଦୁହୁଲି ଉଠେ . ଏହା ସହିତ ମାଙ୍କୁ ଦର୍ଶନ କରିବା ପାଇଁ ରାସ୍ତାର କଡରେ ଧାଡିରେ ଭକ୍ତମାନେ ଅପେକ୍ଷା କରିଥାଆନ୍ତି . ଆଉ ମାଁ ଙ୍କ ଛତରକୁ ଦେଖିବା ମାତ୍ରେ ମନସ୍କାମନା ପୁରଣ କରିବା ପାଇଁ ଆଣିଥିବା ପଶୁ ପକ୍ଷୀଙ୍କୁ ବିଚ ରାସ୍ତାରେ ବଳି ଦେଇଥାଆନ୍ତି . ଆଉ କିଛି ଭକ୍ତ ମାଁ ଙ୍କ ନାମରେ କୁକୁଡା ଓ ଶହ ଶହ ଧଳା ପାରାକୁ ପୁଜାର୍ଚ୍ଚନା କରିବା ପରେ ଉଡାଇ ଦିଅନ୍ତି . ଏପରିକି ଶାନ୍ତିର ପାରା ଛତର ଉପରେ ବସି ମନ୍ଦିରକୁ ଯିବା ଦେବୀଙ୍କ ପ୍ରତ୍ୟକ୍ଷତା ବୋଲି ବିଶ୍ୱାସ ରହିଛି. ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜିଲ୍ଲା ପ୍ରଶସାନ ସାଧାରଣ ଜନତାଙ୍କୁ  ବଳିପ୍ରଥା ବନ୍ଦ ପାଇଁ ନିବେଦନ ଓ ସଚେତନ କରାଇଥିଲେ ହେଲେ ସବୁ କିଛି ହାର ମାନିଯାଇଥିଲା ଶ୍ରଦ୍ଧାଳୁଙ୍କ ଭକ୍ତିଆଗରେ . କଳାହାଣ୍ତିରେ ବଳି ପ୍ରଥା ବନ୍ଦ କରିବା ଏତେ ସହଜ ନୁହେଁ କାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଏଥିରେ ଜଡିତ. ପୋଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବଳି ଜାରୀ ରହିଥିଲା ଆଉ ରକ୍ତ ରଂଜିତ ହୋଇଥିଲା ଭବାନୀପାଟଣା ସହର . ଏପଟେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସହରରେ ବ୍ୟାପକ ପୋଲିସ ପୋର୍ସ ମୃତୟନ କରାଯାଇଥିଲା ଆଉ ସ୍ଥାନେ ସ୍ଥାନେ ସିସି ଟିଭିମାନ ଖଞ୍ଜାଯାଇଥିଲା.
ଭବାନିପାଟଣାର ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ବଳିପ୍ରଥାକୁ ବନ୍ଦ କରିବା ପ୍ରଶାସନ ଲୋକମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ପାଇଁ ସଚେତନ କରାଇବା ଦରକାର

No comments:

Post a Comment