New Odia Film Baby Released
ପୂଜା ବଜାର ରେ ଚହଳ ପକାଇବା ପାଇଁ ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । ସୌରଭ ଏଣ୍ଚରଟେନ୍ମେଣ୍ଟ ବ୍ୟାନର ରେ ନିର୍ମିତ ଏହି ଫିଲ୍ମ ର ଲିଡ୍ ରୋଲ୍ ରେ ଓଲିଉଡ୍ ସୁପରଷ୍ଟାର୍ ଅନୁଭବ ଓ ଚୁଲ୍ବୁଲି ନାୟିକା ଝିଲିକଙ୍କ ଯୋଡିକୁ ଦେଖିବାକୁ ମିଳିଛି । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିକୁ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛି ପୂରା ୟୁନିଟ୍ ।
ଫିଲ୍ମି ଫ୍ରାଇଡେ ର ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । କଟକ ର ବୃନ୍ଦାବନ ସିନେମା ହଲ୍ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଓଲିଉଡ୍ ସୁପରଷ୍ଟାର ଅନୁଭବଙ୍କ ଅପୋଜିଟ୍ ରେ ଅଛନ୍ତି ଚୁଲ୍ବୁଲି ବଙ୍ଗୀୟ ନାୟିକା ଝିଲିକ୍ । ତେବେ ଏହି ଫିଲ୍ମ ର କାହାଣୀ ଏକ କୁନି ଝିଅର ଚରିତ୍ର ଉପରେ ଗତିଶୀଳ ହୋଇଛି ଆଉ ତାହାକୁ ନେଇ ଅଭିୟନ ରେ ପରଦାକୁ ଆସିଛନ୍ତି କୁନି କଳାକାର ପ୍ରିତି ପ୍ରିୟଦର୍ଶନୀ ସାହୁ । ଅନୁଭବ ମହାନ୍ତି ଏହି ଫିଲ୍ମ ରେ ବାପା ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏହି ଫିଲ୍ମ ଜରିଆରେ ଓଲିଉଡ୍ ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ପୌଲମୀ ଦାସ । ସେ ଅନୁଭବ ଏବଂ ଝିଲିକ୍ଙ୍କ ସହ କାମ କରି ବେଶ୍ ଖୁସି ହୋଇଛନ୍ତି । କେ.ଏମ୍.କ୍ରିଷ୍ଣା ଙ୍କ ନିର୍ଦ୍ଦେଶିତ ଏବଂ ପୂଜା ଭରାଲାୱାଲାଙ୍କ ପ୍ରଯୋଜନା ରେ ନିର୍ମିତ ଏହି ଫିଲ୍ମ ର ଗୀତଗୁଡିକ ମଧ୍ୟ ବେଶ୍ ମନଛୁଆଁ ହୋଇଛି । ପୂଜା ବଜରା ରେ ଫିଲ୍ମ ର ସଂଗୀତକୁ ମଧ୍ୟ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ପୂଜା ବଜାର ରେ ଆଉ ୩ଟି ନୂଆ ଓଡିଆ ଫିଲ୍ମ ରିଲିଜ୍ ହେଉଥିଲେ ମଧ୍ୟ ଏହି ଫିଲ୍ମଟି ନିଶ୍ଚିତରୂପେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଏହି ଫିଲ୍ମ ର ପୂରା ୟୁନିଟ୍ ।
କଟକରୁ ଭିଡିଓଜର୍ଣ୍ଣାଲିଷ୍ଟ ଅମିତାଭ ସେଠୀଙ୍କ ସହ ସତ୍ୟଦୀପ କର ଓ ଅକ୍ଷୟ ପ୍ରଧାନ ଏମ୍.ବି.ସି ନ୍ୟୁଜ୍..... ।

No comments:
Post a Comment