Monday 10 October 2016

ଛାତିତଳେ ଡିଙ୍ଗ୍ ଡଙ୍ଗ୍ ଚଳଚିତ୍ର ରିଲିଜ୍


ପରଦାକୁ ଆସିଲା ନୂଆ ଚଳଚିତ୍ର ଛାତିତଳେ ଡିଙ୍ଗ୍ ଡଙ୍ଗ୍. ପୂଜା ବଜାରରେ ୪ ଟି ଫିଲ୍ମ ରିଲିଜ୍ ହୋଇଥିବା ବେଳେ ସମସ୍ତଙ୍କ ନଜରରେ ଥିଲା ଏହି ମୁଭି . ତେବେ କେତେ ବାଜିମାତ୍ କରିବ ତାହା ପୂଜା ପରେ ଜଣାପଡିବ . ମଞ୍ଜରୀ ମୁଭିଜର ୭ ମ ଚଳଚିତ୍ର . ଗୀତ ଗୁଡିକ ବେଶ ଚମତ୍କାର ହୋଇଥିବା ବେଳେ ପୂଜା ବଜାରରେ ଏହା ଦର୍ଶକ ମାନଙ୍କ ମହଲରେ ଆକୃଷ୍ଟ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି . ନିର୍ଦ୍ଦେଶନାରେ ମୃତ୍ୟୁଞ୍ଜୟ ସାହୁ ଥିବା ବେଳେ ପ୍ରଯୋଜନାରେ ଅଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ . ଲିଡ୍ ରୋଲରେ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ବର୍ଷା ଓ ଅର୍ଚ୍ଚିତା . ସେପଟେ ବଲିଉଡର ବ୍ୟାଡ ମଧ୍ୟ ନଜରକୁ ଆସିଛନ୍ତି . ଅନ୍ୟଜଣେ ନାୟକଙ୍କୁ ମଧ୍ୟ ଏଥିରେ ଦେଖିବା ପାଇଁ ମିଳିବ ସମ୍ବିତ୍ . ତାଙ୍କ କ୍ୟାରେକ୍ଟର ମଧ୍ୟ ଦମଦାର୍ ରହିଛି ଏହି ଫିଲ୍ମରେ . ଭୁବନେଶ୍ୱର କେଶରୀ ଟକିଜ୍ ଠାରେ ଏହାର ପ୍ରିମିୟର୍ ସୋ ଆୟୋଜିତ ହୋଇଯାଇଛି .

No comments:

Post a Comment