Thursday 13 October 2016

ପୂଜା ବଜାର ରେ ଚହଳ ପକାଇବା ପାଇଁ ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି”

ପୂଜା ବଜାର ରେ ଚହଳ ପକାଇବା ପାଇଁ ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । ସୌରଭ ଏଣ୍ଚରଟେନ୍‌ମେଣ୍ଟ ବ୍ୟାନର ରେ ନିର୍ମିତ ଏହି ଫିଲ୍ମ ର ଲିଡ୍‌ ରୋଲ୍‌ ରେ ଓଲିଉଡ୍‌ ସୁପରଷ୍ଟାର୍‌ ଅନୁଭବ ଓ ଚୁଲ୍‌ବୁଲି ନାୟିକା ଝିଲିକଙ୍କ ଯୋଡିକୁ ଦେଖିବାକୁ ମିଳିଛି । ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିକୁ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛି ପୂରା ୟୁନିଟ୍‌ ।
ଫିଲ୍ମି ଫ୍ରାଇଡେ ର ଆଜି ମୁକ୍ତିଲାଭ କରିଛି ନୂଆ ଓଡିଆ ଫିଲ୍ମ “ବେବି” । କଟକ ର ବୃନ୍ଦାବନ ସିନେମା ହଲ୍‌ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।ଏକ ଭିନ୍ନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଓଲିଉଡ୍‌ ସୁପରଷ୍ଟାର ଅନୁଭବଙ୍କ ଅପୋଜିଟ୍‌ ରେ ଅଛନ୍ତି ଚୁଲ୍‌ବୁଲି ବଙ୍ଗୀୟ ନାୟିକା ଝିଲିକ୍‌ । ତେବେ ଏହି ଫିଲ୍ମ ର କାହାଣୀ ଏକ କୁନି ଝିଅର ଚରିତ୍ର ଉପରେ ଗତିଶୀଳହୋଇଛି ଆଉ ତାହାକୁ ନେଇ ଅଭିୟନ ରେ ପରଦାକୁ ଆସିଛନ୍ତି କୁନି କଳାକାର ପ୍ରିତି ପ୍ରିୟଦର୍ଶନୀ ସାହୁ । ଅନୁଭବ ମହାନ୍ତି ଏହି ଫିଲ୍ମ ରେ ବାପା ଭୂମିକା ରେ ଅବତୀର୍ଣ୍ଣ ହୋଇଛନ୍ତି ।
ଏହି ଫିଲ୍ମ ଜରିଆରେ ଓଲିଉଡ୍‌ ରେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି ପୌଲମୀ ଦାସ । ସେ ଅନୁଭବ ଏବଂ ଝିଲିକ୍‌ଙ୍କ ସହ କାମ କରି ବେଶ୍‌ ଖୁସି ହୋଇଛନ୍ତି ।କେ.ଏମ୍‌.କ୍ରିଷ୍ଣା ଙ୍କ ନିର୍ଦ୍ଦେଶିତ ଏବଂ ପୂଜା ଭରାଲାୱାଲାଙ୍କ ପ୍ରଯୋଜନା ରେ ନିର୍ମିତ ଏହି ଫିଲ୍ମ ର ଗୀତଗୁଡିକ ମଧ୍ୟ ବେଶ୍‌ ମନଛୁଆଁ ହୋଇଛି । ପୂଜା ବଜରା ରେ ଫିଲ୍ମ ର ସଂଗୀତକୁ ମଧ୍ୟ ଦର୍ଶକ ନିଶ୍ଚିତରୂପେ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ।
ପୂଜା ବଜାର ରେ ଆଉ ୩ଟି ନୂଆ ଓଡିଆ ଫିଲ୍ମ ରିଲିଜ୍‌ ହେଉଥିଲେ ମଧ୍ୟ ଏହି ଫିଲ୍ମଟି ନିଶ୍ଚିତରୂପେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଏହି ଫିଲ୍ମ ର ପୂରା ୟୁନିଟ୍‌ ।

No comments:

Post a Comment