ଏଇଟି ହେଉଛିଝାଞ୍ଜରୀମଙ୍ଗଳାଠାରେ ଥିବା ବ୍ରହ୍ମକୁମାରୀ ଆଶ୍ରମ ରଚୈତନ୍ୟ ଦେବୀ ମଣ୍ଡପ । ଦେଖନ୍ତୁ ଏଠାରେ ଥିବା ମା ଦୁର୍ଗାଙ୍କ ରୂପକୁ । ଯେଉଁଥିରେ ଅନ୍ୟାୟ ଏବଂ ଅଧର୍ମ ଉପରେ ସତ୍ୟର ଜୟ ସ୍ୱରୂପ ଜଗତଜନନୀ ମା ଦୁର୍ଗା ମହିଷାସୁରଙ୍କୁ ବଦ୍ଧ କରିଛନ୍ତି ।ଆଉ ପାର୍ଶ୍ୱରେ ରହିଛନ୍ତି ଅନ୍ୟ ଦେବାଦେବୀମାନେ । ତେବେ ଭଲ କରି ଦେଖନ୍ତୁ ଏସବୁ ମାଟିର ପ୍ରତିମା ନୁହେଁ । ଏମାନେ ହେଉଛନ୍ତି ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଅନ୍ତେବାସୀ । କେବଳ ରାଜଯୋଗ ମାଧ୍ୟମରେ ସେମାନେ ବହୁତ ସମୟ ଧରି ମଣ୍ଡପ ଉପରେ ଏଭଳି ରୂପରେ ବସିବା ର ଦକ୍ଷତା ପାଇଛନ୍ତି । ତେବେ ଏହା କେବଳ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନୁହେଁ । ଏହି ମଣ୍ଡପ ଜରିଆରେ ଲୋକଙ୍କ ପାଇଁ କିଛି ଆଧ୍ୟାତ୍ମିକ ସନ୍ଦେଶ ମଧ୍ୟ ଦିଆଯାଇଛି । ଆଉ ତାହା ହେଉଛି କେବଳ ଆଧ୍ୟାତ୍ମିକତା ର ମାର୍ଗରେ ଚାଲି ଆମେ ସୁଖୀ ଜୀବନ ଅତିବାହିତ କରିପାରିବା । ତା ଦ୍ୱାରା ଆମେ କାମ,କ୍ରୋଧ,ଲୋଭ,ମୋହ,ମାୟ ଆଦି କୁଶକ୍ତିରୁ ନିଜକୁ ଦୂରେଇ ରଖିପାରିବା । ତେବେ ଏହାକୁ ଦେଖି ଲୋକ ଆଶ୍ଚର୍ଯ୍ୟ ହେବା ସହ କିଛି ସମୟ ପାଇଁଏକ ଭିନ୍ନ ଆଧ୍ୟାତ୍ମିକତା ର ମାହୋଲ୍ ରେ ନିଜକୁ ହଜାଇ ଦେଇଥିଲେ ।
ଠିକ୍ ସେହିପରି ଆଉ ଏକ ପ୍ରମୁଖ ଆକର୍ଷଣ ହେଉଛି ନାୟକ ସାହି ର କାଠ ରେ ତିଆରି ରାବଣ । ଏଠାରେ କେବଳ ରାବଣକୁ ପ୍ରଦର୍ଶିତ କରାଯାଏନାହିଁ । ଏହାକୁ ମଧ୍ୟ ଦଶହରା ରେ କେତେକ ପରିବାର ପୂଜା କରିବା ର ପରମ୍ପରା ଆଜି ବି ଦେଖିବାକୁ ମିଳୁଛି । ରାବଣ ମହାପ୍ରତାପୀ ଥିଲେ ଏବଂ ଅନେକ ବର ପାଇଥିଲେ । ତେଣୁ ତାଙ୍କୁ ପୂଜା କଲେ ନିଶ୍ଚିତରୂପେ କିଛି ସୁଫଳ ମିଳିବ ବୋଲି ବିଶ୍ୱାସ ରଖି କିଛି ଲୋକେ ଆଜିକୁ ପ୍ରାୟ ୫୦-୬୦ପୂର୍ବେ ଆରମ୍ଭ କରିଥିଲେ ରାବଣ ପୂଜା ।
କଟକ ଛତ୍ରବଜାର ର କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ନିକଟରେ ଥିବା କାଠ କଣ୍ଢେଇ ପାଖରେ ଲାଗିଛି ଲୋକଙ୍କ ଭିଡ । ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଢିଙ୍କି କୁଟା”। ପ୍ରାୟ ୭୭ବର୍ଷ ପୂର୍ବେ ଏହି କାର୍ଯ୍ୟକ୍ରମ ଦଶହରା ସମୟରେ ଆରମ୍ଭ କରିଥିଲେ ଭଗବାନ ଚନ୍ଦ୍ର ଲାହା ।ଏବେ ତାଙ୍କ ପୁଅ ବଳରାମ ଲାହା ବାପାଙ୍କ ପଥ ଅନୁସରଣ କରି ଦେଖାଉଛନ୍ତି କାଠ କଣ୍ଢେଇ ର ଏହି କାର୍ଯ୍ୟକ୍ରମ.।ଯେଉଁଥିରେ ପ୍ରଦର୍ଶିତ କରାଯାଉଛି କିଛି ବର୍ଷ ପୂର୍ବେ କିପରି ଥିଲା ମଣିଷ ର ଜୀବନଶୈଳୀ । ମେସିନ ଯୋଗୁଁ ଏବେ ସେଥିରେ ଆସିଛି ଅନେକ ପରିବର୍ତ୍ତିନ । କିଛିବର୍ଷ ପୂର୍ବରୁ ସବୁକିଛି ଥିଲା ପ୍ରାକୃତିକ...ଢିଙ୍କି ରେ ଚାଉଳ କୁଟିବାଠାରୁ ଆରମ୍ଭ କରି ଶିଳରେ ମସଲା ବାଟିବା କାମ କରୁଥିଲେ ଘର ର ମହିଳା । ଏପରି କି ଚକିରେ ମଧ୍ୟ ପେଶା ଯାଉଥିଲା ଅଟା । ହେଲେ ଏବେ ଆଧୁନିକତା ର ଛାପରେ ସେସବୁ ହଜି ଯାଇଛି । କେବଳ ସେତିକି ନୁହେଁଆଜିର ମଣିଷ ନିଶାର କବଳରେ ପଡି କିପରି ଦଶା ଭୋଗୁଛିତାହାକୁ ଏଥିରେ ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖି ବେଶ୍ ଖୁସି ହେଉଛନ୍ତି କଟକ ଦଶହରା ବୁଲୁଥିବା ଲୋକେ । ବିଶେଷ କରି ଏହା ଛୋଟ ପିଲା ପାଇଁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି ।ଏସବୁ ସ୍ଥାନରେ ଥିବା ନିଆରା ପରମ୍ପରାକୁ ଲୋକେ ଦେଖିବା ସହ ଏହାର ଭରପୂର ମଜା ଉଠାଉଛନ୍ତି । ଆଉ ସନ୍ଧ୍ୟା ହେଲେ ଲାଗୁଛି ଲୋକଙ୍କଭିଡ
No comments:
Post a Comment