Sunday 9 October 2016

ଦେବୀ ବିରଜା :- ଯାଜପୁର ସହରର ମଧ୍ୟ ଭାଗରେ ରହିଛି ପ୍ରସିଦ୍ଧ ବିରଜା ଦେବୀଙ୍କ ମନ୍ଦିର । ଏହି ମନ୍ଦିରର କଳେବରଟି ସାଧାରଣତଃ ଦୁଇ ଶହ କିମ୍ବା ତିନିଶହ ବର୍ଷର ପୁରୁଣା । କୁହାଯାଏ ମୂଳ ପ୍ରାଚିନ୍ନ ମନ୍ଦିରଟି ଭାଙ୍ଗିଯିବା ପରେ ଏହି ମନ୍ଦିରଟି ପରେ ନିର୍ମାଣ କରାଯାଇଛି । ମନ୍ଦିରର ଉଚ୍ଚତା ପାଖାପାଖି ୩୫ ଫୁଟ । ମନ୍ଦିର ବେଢାର ଦୈଘ୍ୟ ଓ ପ୍ରସ୍ଥ ୩୦୦ ଫୁଟ ବର୍ଗାକାର କ୍ଷେତ୍ର । ମନ୍ଦିରଟି ରେଖ ଶୈଳୀରେ ନିର୍ମିତ  । ମୁଖ୍ୟ ମନ୍ଦିରକୁ ଲାଗି ରହିଛି ଜଗମୋହନ । ଲୋକ ମୁଖରେ ଏହା ହେଉଛି ନବରତ୍ନ ମନ୍ଦିର । କାରଣ ଏହାର ଭିତର ପାଖ ନଅଭାଗରେ ବିଭକ୍ତ । ବହୁ ସ୍ତମ୍ଭ ବିଶିଷ୍ଟ ଏହି ସୁଦୃଶ୍ୟ ଜଗମୋହନ ସହ ସଂଲଗ୍ନ ରହିଛି ନାଭିଗୟା ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଗୟାସୁରର ନାଭି ଏହି ସ୍ଥାନରେ ପତିତ । ତେଣୁ ଏହି କ୍ଷେତ୍ରର ଅନ୍ୟ ନାମ ମଧ୍ୟ ନାଭିଗୟା କ୍ଷେତ୍ର । ଏହା ନିକଟରେ ରହିଛି ନାଭିକୁଣ୍ଡ । ଯାତ୍ରୀ ମାନେ ନିଜ ପିତୃ ପୁରୁଷପାଇଁ ଏହି ସ୍ଥାନରେ ଦେଇଥାଆନ୍ତି ପିତୃଶ୍ରାଦ୍ଧ । ମନ୍ଦିର ସମ୍ମୁଖରେ ରହିଛି ମାଆଙ୍କ ବାହାନ ସିଂହ । ଯାହା ଏକ ଗଜକୁ ମାଢି ବସିଥିବା ଢଙ୍ଗରେ ବିଦ୍ୟାମାନ ।
To watch latest Odia Songs and Odia Full Length Films, please subscribe to our Channel
https://www.youtube.com/channel/UCIT5Y3tQ4r_vTBn1rTGbF5A
https://www.facebook.com/Muodiatv

https://www.youtube.com/user/muodiatv

https://twitter.com/muodiatv

google.com/+MUODIATV


No comments:

Post a Comment