Sunday 23 October 2016

DIL KA RAJA MUHURAT ଫିଲ୍ମ ଦିଲ କି ରାଜା ଶୁଭ ମହୁରତ

ଓଲିଉଡ ପରଦାରେ ଆସିବ ପୁଣି ଏକ ନୂଆ ଫିଲ୍ମ ଦିଲ କି ରାଜା. ଏହି ଫିଲ୍ମ ଦିଲ କି ରାଜା ହେଉଛି ଏକ୍ସେଲ ମୁଭିଜର ଷଷ୍ଠ ଅବଦାନ . ଆଜି ଭୁବନେଶ୍ୱର ସିଆରପି ଛକ ନିକଟରେ ଥିବା ହନୁମାନ ମନ୍ଦିରରେ ଏହାର ଶୁଭ ମହୁରତ ହୋଇଯାଇଛି. ଫିଲ୍ମଟି ଏକ ପାରିବାରିକ କାହାଣୀକୁ ନେଇ ରଚନା ହୋଇଛି.  
ପରଦାକୁ ଆସିବ ନୂଆ ଚଳଚିତ୍ର ଦିଲ୍ କା ରାଜା . ଭୁବନେଶ୍ୱରର ଏକ ହନୁମାନ ମନ୍ଦିରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି . ଏହି ଚଳଚିତ୍ରରେ ୨ଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରିବେ. ନବାଗତ ନାୟିକା ଦେବସ୍ମୀତାଙ୍କ ସହ ପିଙ୍କି ଓ ନାୟକ ଜ୍ୟୋତି ରଞ୍ଜନଙ୍କୁ ଦର୍ଶକ ନୂଆ ରୂପରେ ଦେଖିବାକୁ ପାଇବେ. ଏକ୍ସେଲ ମୁଭିଜର ଷଷ୍ଠ ଅବଦାର ଏହି ଚଳଚିତ୍ରଟି ସମ୍ପୂର୍ଣ୍ଣ ପାରିବାରିକ କାହାଣିକୁ ନେଇ କରାଯାଇଛି.  
ଦିଲ୍ କା ରାଜା ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀପ ପଣ୍ଡା . ଆଉ ରବିନ୍ଦ୍ର ନାଥ ପଣ୍ଡା ଏହାର ପ୍ରଯୋଜକ ହୋଇଥିବା ବେଳେ ଫିଲ୍ମୀରେ ଥିବା ୬ଟି ଗୀତକୁ ସଜେଇଛନ୍ତି ସଙ୍ଗିତ ନିର୍ଦ୍ଦେଶକ ବୈଦନାଥ ଦାଶ . ଡକ୍ଟର ରଜନୀ ରଞ୍ଜନ ଏହାର ସଂଳାପ ଦେଇଛନ୍ତି. ଏହି ଚଳଚିତ୍ରଟିରେ ବିଭିନ୍ନ ଭୂମିକାରେ ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମପମ, ପ୍ରତିଭା ପଣ୍ଡା ଭଳି ଅନେକ ଲିଡ କଳାକାର ଅଭିନୟ କରୁଛନ୍ତି . ଫିଲ୍ମଟି ଦର୍ଶକଙ୍କ ବେଶ ମନଛୁଆଁ ହେବ ବୋଲି ସଭିଏଁ ଆଶା ରଖିଛନ୍ତି .      
ଚଳଚିତ୍ରର ସୁଟିଂ ଭୁବନେଶ୍ୱର ଓ କଟକ ସମେତ ଓଡିଶା ବାହାରାରେ କରାଯିବ . ଆଗମୀ ଜାନୁଆରି ମାସରେ ପରଦାକୁ ଆସିବ ଏହି ଚଳଚିତ୍ର ଦିଲ୍ କା ରାଜା. ତେବେ ଏହା ଦର୍ଶକଙ୍କ ମନକୁ କେତେ ଛୁଇଁବ ତାକୁ ଦେଖିବାକୁ ଅପେକ୍ଷା.

No comments:

Post a Comment