Thursday 13 October 2016

DASAHARA SAPTAMI PUJA

ଧରାବତରଣ କରିଛନ୍ତି ଜଗତଜନନୀ ମା ଦୁର୍ଗା. ଆଉ ମା’ଙ୍କ ଆରାଧନା ପାଇଁ ସବୁଠି ଜୋରଦାର ଆୟୋଜନ. କେଉଁଠି ସୁଉଚ୍ଚ ତୋରଣ ତ ଆଉ କେଉଁଠି ସୁସଜ୍ଜିତ ଆଲୋକମାଳା . ପୁଣି କେଉଁଠି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମା’ଙ୍କ ମୃଣ୍ମୟୀ ମୃର୍ତ୍ତି . ଗତକାଲି ମା’ଙ୍କ ବିଲ୍ୱବରଣ ପରେ ଆଜି ସବୁଠି ଅନୁଷ୍ଠିତ ହେଉଛି ପବିତ୍ର ମହାସପ୍ତମୀ ପୂଜା . ଏହି ଅବସରରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ପୂଜା କରି ତାଙ୍କର ଆଶିର୍ବାଦ ଲାଭ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ .  

ବାଜୁଛି ଘଣ୍ଟ ଘଣ୍ଟା ମୃଦଙ୍ଗ ଆଉ ଶୁଭ ଶଙ୍ଖ . ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ . ତାସାଙ୍ଗକୁ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ . ଏସବୁ କେବଳ ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପାଇଁ . ଶାରଦୀୟ ପୂଜା ଅବସରରେ ଧରାବତରଣ କରିଛନ୍ତି ମାଆ . ଆଉ ଶନିବାର ଖୁବ୍ ଧୁମଧାମରେ ଅନୁଷ୍ଠିତ ହୋଇଛି ତାଙ୍କର ମହାସପ୍ତମୀ ପୂଜା . ବରମୁଣ୍ଡା ପୂଜା ମଣ୍ଡପରେ ଏଥର ଥାଇଲାଣ୍ଡର ରାଜପ୍ରାସଦରେ ଶୋଭାପାଉଛନ୍ତି ମା ଦୁର୍ଗା. ସପ୍ତମୀ ପୂଜାରେ ମାଙ୍କର ଚକ୍ଷୁଦାନ କରାଯାଇ ରୀତିନୀତିରେ କରାଯାଉଛି ପୂଜା. ସମସ୍ତେ ଆରାଧନା କରୁଛନ୍ତି ଜଗଜ୍ଜନନୀ ମା ଦୁର୍ଗାଙ୍କୁ . କିଏ ଉପବାସ କରି ମାନସିକ ରଖିଛି ତ ଆଉ କିଏ ଧୂପ, ଦୀପ, ନୈବେଦ୍ୟ ଓ ଭୋଗ ଅର୍ପଣ ମା’ଙ୍କୁ ଆବାହନ କରୁଛି . ନିଜ ପରିବାର ତଥା ଆତ୍ମୀୟସ୍ୱଜନଙ୍କ ମଙ୍ଗଳ କାମନା କରି ମାଆଙ୍କୁ ପୂଜା କରି ତାଙ୍କର ଆଶିର୍ବାଦ କାମନା କରିଛନ୍ତି ଆବାଳ ବୃଦ୍ଧବନିତା . ସେପଟେ ଦଶମୀ ଦିନ ରାବଣ ପୋଡି ସାଙ୍ଗକୁ ଆତଶବାଜୀର ବିଶେଷ ଆକର୍ଷଣ ପାଲଟିବ ବରମୁଣ୍ଡା ଦୂର୍ଗାପୂଜା ମଣ୍ଡପ. ଶାନ୍ତିଶୃଙ୍ଖଳାରେ ପୂଜାକୁ ସମାପନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି .
 ସେହିଭଳି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ନେପାଳର ଜାନକୀ ଟେମ୍ପୁଲରେ ଶୋଭା ପାଉଛନ୍ତି ଜଗତଜନନୀ ମା ଦୁର୍ଗା. ଏଠାରେ ଗୋଟିଏ ପଟେ ଦେବୀ ପୀଠରେ ମାଙ୍କର ଅଷ୍ଟମୀ ପୂଜା କରାଯାଇଥିବା ବେଳେ ଅନ୍ୟପଟେ ମଣ୍ଡପରେ ମାଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହେଉଛି . ଶନିବାର ମଣ୍ଡପରେ ସପ୍ତମୀ ପୂଜାରେ ମାଙ୍କୁ ଚକ୍ଷୁଦାନ କରାଯାଇ ଷୋଡଶ ଉପଚାର ପୂଜା ହୋଇଛି . ସପ୍ତମୀରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିଲା . କିଏ ଧୂପ ଦିପ ବନ୍ଦାଇ ମାଙ୍କୁ ଆରଧନା କରିଛିତ ଆଉ କିଏ ଭୋଗ ଅର୍ପଣ କରିଛି . ସଭିଏଁ ମାଙ୍କୁ ପୂଜା କରି ବିଶ୍ୱଶାନ୍ତିର ମଙ୍ଗଳ କାମନା କରିଛନ୍ତି. ପୂଜା ମଣ୍ଡପରେ କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇ ଥିବା ବେଳେ ସବୁଦିନ ସନ୍ଧ୍ୟାରେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ରାମଲିଳା ହେବା ସହ ମେଲୋଡିର କାର୍ଯ୍ୟକ୍ରମ ରଖାଯାଇଛି .  
ଶାରଦୀୟ ପୂଜା ଅବସରରେ ରାତିରେ ଝିକିମିକି ଆଲୁଅରେ ଝଲସିବ ସାରା ଭୁବନେଶ୍ୱର . ଆଉ ଆକର୍ଷଣୀୟ ତୋରଣ, ମୃଣ୍ମୟୀ ଦେବୀ ମାଙ୍କର ମୂର୍ତ୍ତି ଦେଖିବା ସହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ବେଶ ମଜାନେବେ ରାଜଧାନୀବାସୀ .

No comments:

Post a Comment